Latest Odisha News

BREAKING NEWS

୨୪ ଘଣ୍ଟାରେ ଓଡ଼ିଶାରୁ ୧୧,୭୩୨ କରୋନା ପଜିଟିଭ୍, ଖୋର୍ଦ୍ଧାରେ ବଢ଼ିଛି ଓ ସୁନ୍ଦରଗଡ଼ରେ କମିଛି

ଭୁବନେଶ୍ୱର: ରାଜ୍ୟରେ ଏବେ ୧୧ ହଜାର ଉପରେ ରହିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୭୩୨ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬ହଜାର ୫୬୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୧୬୩ । ଖୋର୍ଦ୍ଧାରେ ପୁଣି ବଢ଼ିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୭ଶହ ୧୦ ପଜିଟିଭ୍ । ଗତକାଲି ଜିଲ୍ଲାରୁ ୧୪ଶହ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସୁନ୍ଦରଗଡ଼ରେ ଗତକାଲି ଅପେକ୍ଷା କମିଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଜିଲ୍ଲାରୁ ୧୨ଶହ ୯ ପଜିଟିଭ୍ ବାହାରିଥିଲେ । ଆଜି ଏହି ସଂଖ୍ୟା ୬୪୧କୁ ଖସିଛି । ଅର୍ଥାତ୍ ୫୬୮ଟି କମ୍ ପଜିଟିଭ୍ କେସ୍ । କଟକରେ ବି କମିଛି । ଆଜି କଟକ ଜିଲ୍ଲାରୁ ୮୭୦ ପଜିଟିଭ୍ ବାହାରିଥିବା ବେଳେ ଗତକାଲି  ଚିହ୍କନଟ ହୋଇଥିଲେ ୧୧ଶହ ୯୭ ଆକ୍ରାନ୍ତ । ସେହିପରି ଅନୁଗୋଳରୁ ୭୦୦ ଓ ସମ୍ୱଲପୁର ଜିଲ୍ଲାରୁ ଆଉ ୫୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱରରୁ ୪୭୨, ନବରଙ୍ଗପୁର ୪୧୭, ମୟୂରଭଞ୍ଜ ୪୧୮, ଭଦ୍ରକ ୪୧୪, ବଲାଙ୍ଗିର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୪୦୧ ସଂକ୍ରମିତ । ଗଜପତି ଓ ମାଲକାନଗିରି ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ସବୁ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ଲକ୍ଷ ୧୨ହଜାର ୨୨୪କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୫ଲକଷ ୨ହଜାର ୪୫୫ ଆକ୍ରାନ୍ତ । ଏବେ ରାଜ୍ୟରେ ୧ଲକ୍ଷ ୭ହଜାର ୪୦୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.