Latest Odisha News

BREAKING NEWS

ପୁଣି ବଢ଼ିଲା: ୨୪ ଘଣ୍ଟାରେ ରାଜ୍ୟରୁ ୧୨ ଶହ ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତକାଲି କମିଥିଲା । ଆଜି ରାଜ୍ୟରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ ଶହ ୨୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୦୩ ଜଣ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୫୧୭ ।

ଖୋର୍ଦ୍ଧାରେ ଦୁଇ ଦିନ କମିବା ପରେ ପୁଣି ଶହେ ପାର କରିଛି ନୂଆ ଆକ୍ରାନ୍ତ ସଂଖ୍ୟା । ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧୩୪ ଜଣ । ସୁନ୍ଦରଗଡ଼ରେ ୧୧୯ ପଜିଟିଭ୍ ବାହାରିଛନ୍ତି । କଟକରୁ ୯୬, ନୂଆପଡ଼ାରୁ ୬୬, ପୁରୀ ଓ ବାଲେଶ୍ୱରରୁ ୬୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଜଗତସିଂହପୁର ଓ କଳାହାଣ୍ଡି ଜିଲ୍ଲାରୁ ୫୯ ଜଣ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ଅନୁଗୋଳରୁ ଏହି ସଂଖ୍ୟା ରହିଛି ୫୮ । ବାକି ସମସ୍ତ ଜିଲ୍ଲାରୁ ୫୦ରୁ କମ୍ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାରକୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨ ଲକ୍ଷ ୯୧ ହଜାର ୧୩୭ ଆକ୍ରାନ୍ତ । ଆକ୍ଟିଭ କେସ୍ ୧୨ ହଜାର ୩୪୧କୁ ଖସିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ୭୭ ହଜାର କୋଭିଡ୍ ଟେଷ୍ଟ କରାଯାଇଛି ।

Leave A Reply

Your email address will not be published.