Latest Odisha News

BREAKING NEWS

ମାଡୁଛି ମହାମାରୀ: ଆଜି ରାଜ୍ୟରୁ ୧୪୬ ପଜିଟିଭ୍, ଖୋର୍ଦ୍ଧାରେ ସର୍ବାଧିକ ୩୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ପୁଣି ଥରେ ଶହେ ପାର କରିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪୬ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୭ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୫୯ଟି ରହିଛି । ୧୯ ଜିଲ୍ଲାରୁ ବାହାରିଛନ୍ତି ନୂଆ ଆକ୍ରାନ୍ତ ।

ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୫ ଆକ୍ରାନ୍ତ । କଟକରୁ ୨୫, ମୟୂରଭଞ୍ଜରୁ ୧୩, ମୂଆପଡ଼ା ଓ ସୁନ୍ଦରଗଡ଼ରୁ ୧୨ ଜଣ ଲେଖାଏ ସଂକ୍ରମିତ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୯୬୩ ସଂକ୍ରମିତ । ସୁସ୍ଥ ହେଲେଣି ୩ଲକ୍ଷ ୩୬ହଜାର ୧୨୪ ଆକ୍ରାନ୍ତ । ଏବେ ରାଜ୍ୟରେ ୮୬୭ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.