Latest Odisha News

BREAKING NEWS

ରାଜ୍ୟରେ ୧୫ ହଜାର ତଳକୁ ଖସିଲା ଆକ୍ଟିଭ୍ କେସ, ୨୪ ଘଣ୍ଟାରେ ୧୭୦୯ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ସାମାନ୍ୟ ବଢିଛି କରୋନା ଆକ୍ରାଙ୍କ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୧୭ ଶହ ୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୮୫ ଜଣ ଚିହ୍ନଟ ହୋଇଛନ୍ତି । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୨୪ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ ସଂକ୍ରମିତ ହୋଇଥିବା ବେଳେ ମୟୂରଭଞ୍ଜରେ ୧୨୧, କଟକରୁ ୧୧୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୭ ନୂଆ ଆକ୍ରାନ୍ତ । ବାକି ସବୁ ଜିଲ୍ଲାରୁ ଶହେରୁ କମ୍ ସଂକ୍ରମିତ ହୋଇଛନ୍ତି ।

୧୧ଟି ଜିଲ୍ଲାରୁ ୫୦-୧୦୦ ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୮୨୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୨ ଲକ୍ଷ ୭୫ ହଜାର ୭୪୯ । ରାଜ୍ୟରେ ୧୫ ହଜାର ତଳକୁ ଖସିଛି କରୋନା ଆକ୍ଟିଭ୍ କେସ । ବର୍ତ୍ତମାନ ୧୪ ହଜାର ୬୯୨ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.