Latest Odisha News

BREAKING NEWS

ରାଜ୍ୟରେ କମିଲା: ୨୪ଘଣ୍ଟାରେ ୧୮୩ କରୋନା ପଜିଟିଭ୍, ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କମୁଛି କରୋନା କାୟା । ପୁଣି ଥରେ ଦିନକରେ ଦୁଇ ଶହରୁ କମ୍ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଚାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୮୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୦୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୭ଟି ।

୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ସେଥିରୁ ୧୯ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରୁ (୧୦ ତଳେ) କମ୍ ରହିଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୨ ପଜିଟିଭ୍ ବାହାରିଥିବା ବେଳେ ଅନୁଗୁଳରୁ ୨୪ ଜଣ ସଂକ୍ରମିତ ହୋଇଛନ୍ତି । ବାକି ୫ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦ରୁ ୨୦ ଭିତରେ ନୂଆ ଆକ୍ରାନ୍ତ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୦ହଜାର ୪୯୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୬ହଜାର ୨୦୯ ସଂକ୍ରମିତ । ଏବେ ରାଜ୍ୟରେ ୨ହଜାର ୩୪୫ଟି ଆକ୍ଟିଭ କେସ୍ ରହିଛ ।

ସେହିପରି ରାଜ୍ୟରେ କମିଛି ଦୈନିକ ଡେଥ୍ କେସ୍ । ଗତ ୨୪ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ଜଣେ ୫୨ବର୍ଷୀୟ ବୃଦ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ୩୭ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧୮ଶହ ୮୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.