Latest Odisha News

BREAKING NEWS

ରାଜ୍ୟରୁ ବିଦା ହେଉଛି କରୋନା: ୨୪ଘଣ୍ଟାରେ ୧୯୮ ପଜିଟିଭ୍, ୨ମୃତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଣିକି ଆଉ ଚିହ୍ନଟ ହେଉ ନାହାନ୍ତି ଦୈନିକ ନୂଆ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୭ଜିଲ୍ଲାରୁ ଗାଏବ ହୋଇଛି ମହାମାରୀ । ଅର୍ଥାତ ୨୩ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଆଜି ଚିହ୍ନଟ ହୋଇଛନ୍ତି ୧୯୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୩ଟି ।

ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୪ ସଂକ୍ରମିତ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୨୩, କେନ୍ଦୁଝର ୧୯, ଖୋର୍ଦ୍ଧାରୁ ୧୭, ବଲାଙ୍ଗିରରୁ ୧୪, ମୟୂରଭଞ୍ଜରେ ୧୧ ଓ ବରଗଡ଼ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ । ବାକି ୧୬ ଜିଲ୍ଲାରୁ ଦୁଇ ଅଙ୍କ ତଳେ ରହିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୦ହଜାର ୬୯୦କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୩ଲକ୍ଷ ୨୬ହଜାର ୫୦୭ ସଂକ୍ରମିତ । ଏବେ ରାଜ୍ୟରେ ୨ହଜାର ୨୪୩ଟି ଆକ୍ଟିଭ୍ କେସ୍ ରହିଛି ।

ସେହିପରି ଗତ ୨୪ଘଣ୍ଟାରେ ରାଜ୍ୟରୁ ମହାମାରୀ ଆଉ ୨ ଆକ୍ରାନ୍ତଙ୍କ ଜୀବନ ନେଇଛି । ସମ୍ୱଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୮ଶହ ୮୭ ଛୁଇଁଛି ।

Leave A Reply

Your email address will not be published.