Latest Odisha News

ଆଜି ରାଜ୍ୟରୁ ୨୫୧ କରୋନା ପଜିଟିଭ୍, ୫ ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏବେ ତିନି ଶହ ଭିତରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୫୧ ସଂକ୍ରମିତ । ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୦୫ଟି । ୧୮ ବର୍ଷ ଭିତରେ ଆଉ ୮୩ ଜଣ ପଜିଟିଭ୍ ବାହାରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ସଂକ୍ରମିତ ହୋଇଛନ୍ତି । ଗଜପତିରେ ୨୬, ଅନୁଗୋଳରେ ୨୫, ଝାରସୁଗୁଡ଼ାରେ ୨୫, ସମ୍ୱଲପୁରରେ ୨୩, ଯାଜପୁରରୁ ୨୧, କେନ୍ଦୁଝରରରେ ଆଉ ୨୦ ଜଣ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି ।

୫ ଜିଲ୍ଲା ଢେଙ୍କାନାଳ, ଦେବଗଡ଼, ମାଲକାନଗିରି, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୮୪ହଜାର ୮୬୭କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୭୨ହଜାର ୯୨୨ ଆକ୍ରାନ୍ତ । ଏବେ ରାଜ୍ୟରେ ୨୮୨୮ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.