Latest Odisha News

BREAKING NEWS

ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି: ୨୪ ଘଣ୍ଟାରେ ରାଜ୍ୟରୁ ୨୬୦ କରୋନା ପଜିଟିଭ୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସାମାନ୍ୟ ବଢ଼ିଛି । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୫୧ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୦୯ଟି । ଆଜି ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨୩ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ୨୦୬ ପଜିଟିଭ୍ ।

ଗତ ୨୪ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୪, ଅନୁଗୋଳରୁ ୨୧, ସମ୍ୱଲପୁରରୁ ୧୯, ଗଜପତିରୁ ୧୮, ଝାରସୁଗୁଡ଼ା ଜିଲ୍ଲାରୁ ବାହାରିଛନ୍ତି ଆଉ ୧୫ ନୂଆ ଆକ୍ରାନ୍ତ । ବାକି ସବୁ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୫ ଭିତରେ ରହିଛି ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୧ହଜାର ୮୬୨କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୭ହଜାର ୮୦୩ ଆକ୍ରାନ୍ତ । ଏବେ ରାଜ୍ୟରେ ୨ହଜାର ୧୧୫ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.