ଭୁବନେଶ୍ୱର: ରାଜ୍ୟରେ ଏବେ ଚାରି ଶହ ତଳେ ରହୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୫୬ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୯୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୭ଟି ।
୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧ ସଂକ୍ରମିତ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୩୫, ଅନୁଗୁଳ ଓ ମୟୂରଭଞ୍ଜରେ ୨୯ ଜଣ ଲେଖାଏଁ ପଜିଟିଭ୍ ବାହାରିଛନ୍ତି । ବାଲେଶ୍ୱରରେ ୨୬, ସମ୍ୱଲପୁରରେ ୨୫ ଓ ପୁରୀ ଜିଲ୍ଲାରୁ ୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 18th December
New Positive Cases: 356
In quarantine: 199
Local contacts: 157(Details of local contacts will be shared by concerned District Administration)
District Wise Cases:
1. Angul: 29
2. Balasore: 26
3. Bargarh: 17
4. Bhadrak: 7
5. Balangir: 10— I & PR Department, Odisha (@IPR_Odisha) December 19, 2020
ବାକି ୧୯ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ଏମାନଙ୍କ ଭିତରେ ୧୪ଟି ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ରହିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୫ହଜାର ୮୬୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୦ହଜାର ୯୪୭ ଆକ୍ରାନ୍ତ । ଏବେ ରାଜ୍ୟରେ ୩ହଜାର ୨୯ଟି କରୋନା ଆକ୍ଟିଭ୍ କେସ୍ ରହିଛି ।
23. Rayagada: 4
24. Sambalpur: 25
25. Sonepur: 1
26. Sundargarh: 35
27. State Pool: 12New recoveries: 363
Cumulative tested: 6569279
Positive: 325861
Recovered: 320947
Active cases: 3029— I & PR Department, Odisha (@IPR_Odisha) December 19, 2020
Comments are closed.