Latest Odisha News

BREAKING NEWS

ରାଜ୍ୟରେ ଆଉ ୪ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୮୩ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଶୁକ୍ରବାର ଦିନ ଆଉ ୪ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗଞ୍ଜାମ ଜିଲ୍ଲାରୁ ୨, ଅନୁଗୁଳରୁ ୧ ଓ ଗଜପତିରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ରୋଗରେ ପୀଡିତ ଥିଲେ।

ସେହିପରି ଗଞ୍ଜାମ ଜିଲ୍ଲାର ଅନ୍ୟ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ କିଡନୀ ଜନିତ ସମସ୍ୟାରେ ପିଡିତ ଥିଲେ ।

ଅନୁଗୁଳ ଜିଲ୍ଲାର ଜଣେ ୬୬ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ ନ୍ୟୁରୋଏଣ୍ଡୋକ୍ରାଇନ୍‌ରେ ପିଡିତ ଥିଲେ ।

ଅନ୍ୟଜଣେ ଗଜପତି ଜିଲ୍ଲାର ୫୬ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ହାର୍ଟ ଜନିତ ସମସ୍ୟାରେ ପିଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଅଧିକ ପଢନ୍ତୁ: ରେକର୍ଡ ଭାଙ୍ଗୁଛି କରୋନା; ଗୋଟିଏ ଦିନରେ ଓଡିଶାରେ ସର୍ବାଧିକ ୭୧୮ ଆକ୍ରାନ୍ତ

Leave A Reply

Your email address will not be published.