Latest Odisha News

BREAKING NEWS

ଆଜି ୧୮ ଜିଲ୍ଲାରୁ ୪୦୭ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୦୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୪ ଜଣ ସଂକ୍ରମିତ । ୧୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୨୩୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୬୯ଟି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୭ ପଜିଟିଭ୍ ବାହାରିଛନ୍ତି । କଟକରୁ ୬୩, ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି ଆଉ ୨୬ ସଂକ୍ରମିତ । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ୨୪ ଘଣ୍ଟାରେ ୬୪ହଜାର ୪୧୯ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୦.୬୨ ପ୍ରତିଶତ ।

ଆଉ ୬ ଜଣଙ୍କୁ ମିଶାଇ କରୋନା ନେଲାଣି ୮ହଜାର ୨୨୦ ଆକ୍ରାନ୍ତଙ୍କ ଜୀବନ । ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୨୮ହଜାର ୩୬୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୧୫ହଜାର ୧୮ ସଂକ୍ରମିତ । ଏବେ ରାଜ୍ୟରେ ୫ହଜାର ୭୫ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.