Latest Odisha News

BREAKING NEWS

କରୋନାର ଲମ୍ବା ଲମ୍ଫ: ଓଡ଼ିଶାରେ ୪୦୦୦ ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ମାରୁଛି ଲମ୍ବା ଡିଆଁ । ଦିନକରେ ସଂକ୍ରମଣ ୪ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪ହଜାର ୪୪୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫ଶହ ୭୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮ଶହ ୭୧ଟି । ଗତକାଲି ଅପେକ୍ଷା ଆଜି ୭୮୧ଟି ଅଧିକ ପଜିଟିଭ୍ କେସ୍ ବାହାରିଛି । ଅର୍ଥାତ ସଂକ୍ରମଣ ବଢ଼ିଛି ୨୧ ପ୍ରତିଶତ । ୧୩ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେରୁ ଅଧିକ ରହିଛି । ଏଥିରୁ ୫ଜିଲ୍ଲାରେ ଦୁଇ ଶହ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ବିଶେଷ କରି ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଉପରମୁହାଁ କରୋନା କେସ୍ । ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣରେ ବ୍ରେକ ଲାଗୁନି । ଆଜି ବାହାରିଛନ୍ତି ୭୨୨ ନୂଆ ଆକ୍ରାନ୍ତ । ଖୋର୍ଦ୍ଧାରୁ ୫୮୭, ନୂଆପଡ଼ା ୪୩୭, କଳାହାଣ୍ଡି ୨୭୩, କଟକ ୨୫୧, ସମ୍ୱଲପୁର ୨୪୧, ଝାରସୁଗୁଡ଼ା ୨୩୧, ପୁରୀରୁ ବାହାରିଛନ୍ତି ୨୧୯ ପଜିଟିଭ୍ ।

ସେହିପରି ବରଗଡ଼ରୁ ୧୭୮, ବଲାଙ୍ଗିର ୧୬୮, ନବରଙ୍ଗପୁର ୧୨୭, ବାଲେଶ୍ୱର ୧୨୩ ଓ ମୟୂରଭଞ୍ଜରୁ ସଂକ୍ରମିତ ହୋଇଛନ୍ତି ଆଉ ୧୦୦ । ବାକି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୭୨ହଜାର ୭୦୩କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୩ଲକ୍ଷ ୪୬ହଜାର ୧୩୪ । ଆକ୍ଟିଭ୍ କେସ୍ ସଂଖ୍ୟା ୨୪ହଜାର ୫୬୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.