ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ଏବେ ପ୍ରତିଦିନ ୬ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୬ହଜାର ୯୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୪୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୬୫୧ । ୨୪ ଘଣ୍ଟାରେ ୬୯ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ପୁଣି ଥରେ ହଜାରେ ପାର କରିଛି । ଆଜି ଚିହ୍ନଟ ହୋଇଛନ୍ତି ୧ହଜାର ୧୭ ସଂକ୍ରମିତ ।
Covid-19 Report For 9th June
New Positive Cases: 6097
In quarantine: 3446
Local contacts: 2651(Details of local contacts will be shared by concerned Dist Administration)
District Wise Cases:
1. Angul: 295
2. Balasore: 392
3. Bargarh: 107
4. Bhadrak: 246
5. Balangir: 77— I & PR Department, Odisha (@IPR_Odisha) June 10, 2021
କଟକରୁ ୬୪୭, ଯାଜପୁରରୁ ୪୩୪, ବାଲେଶ୍ୱରରୁ ୩୯୨, ମୟୂରଭ଼୍ଜରୁ ୨୯୭, ଅନୁଗୋଳରୁ ୨୯୫, ପୁରୀରୁ ୨୯୧, କେନ୍ଦ୍ରାପଡ଼ାରୁ ୨୫୩, ଜଗତସିଂହପୁରରୁ ୨୨୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨ଶହ ଭିତରେ ରହିଛି ।
୯ଟି ଜିଲ୍ଲା ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, ମାଲକାନଗିରି, ନୂଆପଡ଼ା ଓ ସୋନପୁରରେ ଶହେରୁ କମ୍ ରହିଛି ସଂକ୍ରମିତଙ୍କ ସଂଖ୍ୟା । ନୂଆପଡ଼ା ଜିଲ୍ଲାରୁ ସବୁଠୁ କମ୍ ୧୭ ପଜିଟିଭ୍ ବାହାରିଛନ୍ତି ।
22. Mayurbhanj: 297
23. Nawarangpur: 146
24. Nayagarh: 120
25. Nuapada: 17
26. Puri: 291
27. Rayagada: 120
28. Sambalpur: 101
29. Sonepur: 64
30. Sundargarh: 208
31. State Pool: 151— I & PR Department, Odisha (@IPR_Odisha) June 10, 2021
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍, ୩୭ହଜାର ୨୨୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୭ଲକ୍, ୬୪ହଜାର ୬୭୩ ଆକ୍ରାନ୍ତ । ଏବେ ରାଜ୍ୟରେ ୬୯ହଜାର ୩୩୩ ଆକ୍ଟିଭ୍ କେସ୍ ରହିଛି ।
New recoveries: 8032
Cumulative tested: 12457606
Positive: 837226
Recovered: 764673
Active cases: 69333— I & PR Department, Odisha (@IPR_Odisha) June 10, 2021
Comments are closed.