Latest Odisha News

କମୁଛି କରୋନା ଟ୍ରେଣ୍ଡ: ରାଜ୍ୟରୁ ଦିନକରେ ୬୬୮ ନୂଆ ଆକ୍ରାନ୍ତ, ନୂଆପଡ଼ାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କେସ୍ । ସୁସ୍ଥ ହାର ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ସାରା ରାଜ୍ୟରୁ ଚିହ୍ନଟ ହୋଇଛନେତି ୬୬୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୮୫ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୨୮୩ଟି । ଗତ ୨୪ ଘଣ୍ଟାରେ ରାଜ୍ୟର ୨୮ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁବର୍ଣ୍ଣପୁର ଓ କୋରାପୁଟ ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ଏହି ସମୟରେ ନୂଆପଡ଼ାରୁ ସର୍ବାଧିକ ୬୮ ପଜିଟିଭ୍ କେସ୍ ବାହିରଥିବା ବେଳେ ଖୋର୍ଦ୍ଧାରୁ ୫୬, ସୁନ୍ଦରଗଡ଼ରୁ ୫୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାକି ସବୁ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ କମ୍ । ରାଜ୍ୟରେ ମୋ୍ଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୬୨୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୩ ଲକ୍ଷ ୫ ହଜାର ୮୧୩ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୭ ହଜାର ୧୦୬ ।

Leave A Reply

Your email address will not be published.