ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୭ ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୧, ବଲାଙ୍ଗିରରୁ ୧, କଟକରୁ ୧, ଗଞ୍ଜାମରୁ ୧, ଖୋର୍ଦ୍ଧାରୁ ୧, ମାଲକାନଗିରିରୁ ୧ ଓ ସୁନ୍ଦରଗଡରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…
- ଭୁବନେଶ୍ୱରରୁ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।
- ବଲାଙ୍ଗିରରୁ ଜଣେ ୭୮ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
- କଟକରୁ ଜଣେ ୬୧ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।
- ଗଞ୍ଜାମରୁ ଜଣେ ୭୬ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ।
- ଖୋର୍ଦ୍ଧାରୁ ଜଣେ ୫୯ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ କ୍ରୋନିକ୍ ଅବଷ୍ଟୁକଟିଭ୍ ପୁଲମୋନାରୀରେ ପିଡିତ ଥିଲେ ।
- ମାଲକାନଗିରିରୁ ଜଣେ ୧୩ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବା ବେଳେ ସେ ଲ୍ୟୁକେମିଆରେ ପିଡିତ ଥିଲେ ।
- ସୁନ୍ଦରଗଡରୁ ଜଣେ ୬୮ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।
Comments are closed.