Latest Odisha News

BREAKING NEWS

ରାଜ୍ୟରୁ ଆଜି ୭୫୪ କରୋନା ପଜିଟିଭ୍, କମିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି । ଦିନକୁ ୭୦୦ରୁ ୮୦୦ ଭିତରେ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ୨୪ ଘଣ୍ଟାରେ ୭୫୪ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୧୦୮ ଜଣ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧ ଓ କଟକରୁ ଚିହ୍ନଟ ହୋଇଛନ୍ତି ୧୧୦ ପଜିଟିଭ୍ । ବାକି ସବୁ ଜିଲ୍ଲାରେ ଦୁଇ ଅଙ୍କ ଭିତରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ଆଜି ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ୨ଟି ଜିଲ୍ଲା ଗଜପତି ଓ ସୁବର୍ଣ୍ଣପୁରରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ୬୬ହଜାର ୬୮୮ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୧୩ ପ୍ରତିଶତ ।

ରାଜ୍ୟରେ କମିଲା କରୋନା ମୃତ୍ୟୁସଂଖ୍ୟା । ରାଜ୍ୟରୁ ଆଉ ୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୨୮କୁ ବୃଦ୍ଧି ପାଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୯ହଜାର ୨୨୩କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୯୩ହଜାର ୯୦୧ । ଏବେ ରାଜ୍ୟରେ ୭ହଜାର ୨୪୧ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.