Latest Odisha News

ଆଜି ଓଡ଼ିଶାରୁ ୯୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୪୧୯

ଭୁବନେଶ୍ୱର: ରାଜ୍ୟରେ ଲଗାତାର ତୃତୀୟ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । ଯଦିଓ କାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୯୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୭୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୧୫ ।

୨୪ ଘଣ୍ଟାରେ ୬୯ହଜାର କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୪୩ ପ୍ରତିଶତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ପଜିଟିଭ୍ ବାହାରିଛନ୍ତି । କଟକରୁ ୯୫, ଯାଜପୁରରୁ ୬୦, ଜଗତସିଂହପୁରରୁ ୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ୨୬ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ଭିତରେ ରହିଛି ।

ରାଜ୍ୟରେ ଆଉ ୬୫ ଜଣଙ୍କୁ ମିଶାଇ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୭ହଜାର ୮୬କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୯୭ହଜାର ୧୪୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୮୦ହଜାର ୪୭୧ ଆକ୍ରାନ୍ତ । ଏବେ ରାଜ୍ୟରେ ୯ହଜାର ୫୩୬ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.