Latest Odisha News

BREAKING NEWS

ରାଜ୍ୟବାସୀଙ୍କୁ ଭଲ ଖବର: ୫୦୦ ତଳକୁ ଖସିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଟ୍ରେଣ୍ଡ । ଦୀର୍ଘ ମାସ ପରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୧୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୪୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୭୭ଟି ।
ଜିଲ୍ଲାଓ୍ୱାରୀ ସଂକ୍ରମିତଙ୍କ ସଂଖ୍ୟା ୫୦ରୁ କମ୍ 
୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିନ୍ତୁ ସବୁ ଜିଲ୍ଲାରୁ ୫୦ରୁ କମ୍ ସଂକ୍ରମିତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୪୧ ନୂଆ ଆକ୍ରାନ୍ତ । ଅନୁଗୁଳରୁ ୩୪, ମୟୂରଭଞ୍ଜରୁ ୩୨, କଟକରୁ ୨୫, ଖୋର୍ଦ୍ଧା ଓ ନୂଆପଡ଼ା ଜିଲ୍ଲାରୁ ବାହାରିଛନ୍ତି ୨୩ଟି ଲେଖାଏ ନୂଆ ପଜିଟିଭ୍ କେସ୍ ।

ବାକି ସମସ୍ତ ଜିଲ୍ଲାରୁ ୨୦ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୮ହଜାର ୭୨୫କୁ ବୃଦ୍ଧି ପାଇଛି । ସେମାନଙ୍କ ଭିତରୁ ଆରୋଗ୍ୟ ଲାଭ କଲେଣି ୩ଲକ୍ଷ ୧୧ହଜାର ୨୫୬ ସଂକ୍ରମିତ । ରାଜ୍ୟରେ ଏବେ ୫ହଜାର ୬୭୭ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.