Latest Odisha News

BREAKING NEWS

କେନ୍ଦ୍ରକୁ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଟିକାକରଣ ଜାରି ରହିଛି । ରାଜ୍ୟ ସରକାର ଦୈନିକ ପ୍ରାୟ ୨ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଦେଉଛନ୍ତି । ଆଉ ରାଜ୍ୟ ପାଖରେ ୫ ତାରିଖ ସକାଳ ୮ଟା ସୁଦ୍ଧା କୋଭିସିଲ୍ଡର ୬ ଲକ୍ଷ ୨ ହଜାର ୪୩୦ ଡୋଜ୍ ଥିବାବେଳେ କୋଭାକ୍ସିନର ୧ ଲକ୍ଷ ୪୮ ହଜାର ୫୫୦ ଡୋଜ୍ ଏଭଳି ଭାବେ ୭ ଲକ୍ଷ ୫୦ ୯୮୦ ଡୋଜ୍ ରହିଛି । ଯାହାକି ୨ ଦିନରେ ସରିଯିବ ।

ତେଣୁ ଓଡ଼ିଶାକୁ ତୁରନ୍ତ ଅତି କମରେ ୧୫ ଲକ୍ଷ କୋଭିସିଲ୍ଡ ଡୋଜ୍ ଭ୍ୟାକ୍ସିନ୍ ଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଅବଗତ କରାଇଛନ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ରାଜ୍ୟ ପାଖରେ ଗଚ୍ଛିତ ଥିବା ଟିକାରୁ ଏପ୍ରିଲ୍ ୬ ସୁଦ୍ଧା ୩ ଲକ୍ଷ ୪୯ ହଜାର ୧୩୦ ଡୋଜ୍ କୋଭିସିଲ୍ଡ ଟିକା ଶେଷ ହୋଇଯିବ । ଆଉ ଯାହା ବଳକା ରହିବ ତାହା ୨ ଦିନ ବି ଯିବ ନାହିଁ । ରାଜ୍ୟରେ  ବିଯୁକ୍ତ ୦.୫ ପ୍ରତିଶତ ଭ୍ୟାକ୍ସିନ୍ ନଷ୍ଟ ହେଉଛି । ଯାହାକି ଦେଶରେ ସର୍ବନିମ୍ନ । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟକୁ ଅତିକମରେ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଛି ଓଡ଼ିଶା ।

Leave A Reply

Your email address will not be published.