Latest Odisha News

BREAKING NEWS

ବର୍ଷ ୨୦୧୫ ଓ ୨୦୧୬ ପାଇଁ ୨୨ ଜଣ ସାହିତ୍ୟିକ ପାଇବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର :୨୦୧୫ ଓ ୨୦୧୬ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୨ ଜଣ ସାହିତ୍ୟିକଙ୍କୁ ମିଳିବ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର । ଏ ନେଇ ଆଜି ଏକାଡେମୀ ପକ୍ଷରୁ ନାମ ଘୋଷଣା କରାଯାଇଛି । ଉଭୟ ବର୍ଷ ପାଇଁ ୯ଟି ବର୍ଗରେ ୧୧ଜଣ ଲେଖାଏଁ ମୋଟ ୨୨ ଜଣଙ୍କୁ ପୁରସ୍କାର ମିଳିବ ।

୨୦୧୫ ବର୍ଷ ପାଇଁ ନିତ୍ୟାନନ୍ଦ ପଣ୍ଡାଙ୍କ ଉପନ୍ୟାସ ‘ଗୋଟିଏ ଯୋଡି ଗାଁର କାହାଣୀ’, କ୍ଷୁଦ୍ର ଗଳ୍ପ ପାଇଁ ପବିତ୍ର ପାଣିଗ୍ରାହୀଙ୍କ ‘ଗପର ମୁହଁ’, କାବ୍ୟ କବିତା ପାଇଁ ବୀଣାପାଣି ପଣ୍ଡାଙ୍କ ‘ଗୋଧୂଳି ଗୀତ’, ନାଟକ ଓ ଏକାଙ୍କିକା ପାଇଁ ସଂଜୟ ହାତୀଙ୍କ ‘ମଞ୍ଚମୟ’, ଜୀବନୀ ଓ ଭ୍ରମଣ ସାହିତ୍ୟରେ ଧରଣୀଧର ପାଣିଗ୍ରାହୀଙ୍କ ‘ଲୌହମାନବ ସର୍ଦ୍ଦାର ପଟେଲ’, ଅନୁବାଦ ପାଇଁ ବିଜୟ ମହାନ୍ତିଙ୍କ ‘ତଥାପି କିଛି ରହିଯିବ’, ଶିଶୁ ସାହିତ୍ୟରେ ରବୀନ୍ଦ୍ର ବିଶ୍ୱାଳଙ୍କ ‘ଗଛଟିଏ ଗୀତଟିଏ’ ଏବଂ ଗୀତି କବିତାରେ ମନୋଜ ମହାନ୍ତିଙ୍କ ‘ପ୍ରତି ପଲକରେ ତୁମେ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ।

ସେହିପରି ବର୍ଷ ୨୦୧୬ ପାଇଁ ଉପନ୍ୟାସରେ ଡକ୍ଟର ଲକ୍ଷ୍‌ମୀପ୍ରିୟା ଆଚାର୍ଯ୍ୟଙ୍କ ‘ଅମ୍ବା’, କ୍ଷୁଦ୍ରଗଳ୍ପରେ ଦେବଦାସ ଛୋଟରାୟଙ୍କ କ୍ଷୁଦ୍ରଗଳ୍ପ ‘ରମାକୁ ମାରିବାର ପାଞ୍ଚଟି ଉପାୟ’,କାବ୍ୟ କବିତାରେ ଭଗବାନ ଜୟସିଂହଙ୍କ ‘ଫେରନ୍ତି ଘର’, ନାଟକ ଓ ଏକାଙ୍କିକାରେ ଫକୀର ସିଂଙ୍କ ‘ଆତ୍ମଲିପି ଓ ଅନ୍ୟାନ୍ୟ’, ପ୍ରବନ୍ଧ ଓ ସମାଲୋଚନପେର ପ୍ରସନ୍ନ କୁମାର ସ୍ୱାଇଁଙ୍କ ‘ଆଲୋଚନା ପ୍ରସଙ୍ଗ’, ଜୀବନୀ ଓ ଭ୍ରମଣ ସାହିତ୍ୟରେ ସୁରେନ୍ଦ୍ର କୁମାର ମହାରଣାଙ୍କ ‘ପ୍ରଫେସର ନବୀନ ନବୀନ କୁମାର ସାହୁ’ ଓ ପ୍ରଦୋଷ ପଟ୍ଟନାୟକଙ୍କ ‘ଚାଲିଛି…ଚାଲିବି ନ ପଡିବି ଥକି ’, ଅନୁବାଦ ପାଇଁ ସାରଦା ରଥଙ୍କ ‘ମେଘବାହାନ’, ଶିଶୁ ସାହିତ୍ୟରେ ଦେବେନ୍ଦ୍ର ଚୌଧୁରୀଙ୍କ ‘ଚୁଇଁ ଚଢେଇ’ ଓ ଗୀତି କବିତାରେ ମିଶ୍ର ସତ୍ୟନାରାୟଣଙ୍କୁ ମିଶ୍ରରାଗ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି ।

Leave A Reply

Your email address will not be published.