Latest Odisha News

ସ୍କୁଲ ଛାତ୍ରଛାତ୍ରୀଙ୍କର ହୋଇପାରେ କରୋନା ଟେଷ୍ଟ

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର କୋଭିଡ-୧୯ ଟେଷ୍ଟ ହୋଇପାରେ ବୋଲି ସୋମବାର ଦିନ ଓଡ଼ିଶା ସରକାର ପ୍ରକାଶ କରିଛନ୍ତି।

ଡାଇରେକ୍ଟର ଅଫ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି) ନିର୍ଦ୍ଦେଶକ ସିବିକେ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ଙ୍କ ନିର୍ଦ୍ଦେଶରେ ଗଣ କୋଭିଡ-୧୯ ଟେଷ୍ଟ କରାଯିବ।

ଅଧିକ ପଢନ୍ତୁ- କେନ୍ଦ୍ର ସରକାର ଟିକା ଦେବା କ୍ଷଣି ଓଡ଼ିଶାରେ ଟିକାକରଣ: ଡିଏମଇଟି

“ବର୍ତ୍ତମାନ ପର୍ଯ୍ୟନ୍ତ ଆଇସିଏମଆରରୁ ସେପରି କୌଣସି ନିର୍ଦ୍ଦେଶନାମା ଆସିନାହିଁ। ଯଦି ନିର୍ଦ୍ଦେଶ ଆସେ ତାହେଲେ ଆମେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର କରୋନା ପରୀକ୍ଷା କରିବୁ” ବୋଲି ସେ କହିଛନ୍ତି।

Leave A Reply

Your email address will not be published.