ଭୁବନେଶ୍ୱର: ବତ୍ୟା ଅମ୍ଫାନରେ ପ୍ରବଳ କ୍ଷୟକ୍ଷତିର ସାମ୍ନା କରିଥିବା ପଶ୍ଚିମବଙ୍ଗକୁ ପୁଣିଥରେ ସହାୟତାର ହାତ ବଢାଇଛି ଓଡିଶା ।
ବାତ୍ୟା ଅମ୍ଫାନରେ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ। ଏଥିରେ ଅନେକ ଘରର ଛାତ ଉଡ଼ିଯିବା ସହ ବାସହରା ହୋଇ ଖୋଲା ଆକାଶ ତଳେ ପଡ଼ିରହିଛନ୍ତି ଅନେକ ପରିବାର ।
ପଡୋଶୀ ପଶ୍ଚିମବଙ୍ଗର ଏହି ସଙ୍କଟ ସମୟରେ ସାହାଯ୍ୟ ଯୋଗାଇ ଦେଇଛି ଓଡିଶା। ପଶ୍ଚିମବଙ୍ଗକୁ ୫୦୦ ଟନ୍ର ପଲିଥିନ ଯୋଗାଇଦେଇଛି ଓଡିଶା ।
ଓଡିଶାରୁ ଏକାଧିକ ଟ୍ରକ୍ରେ ୫୦୦ ଶହ ଟନ୍ର ପଲିଥିନ୍ ପଠାଯାଇଛି ପଶ୍ଚିମବଙ୍ଗକୁ ।
ଏହାପୂର୍ବରୁ ଯୁଦ୍ଧକାଳିନ ଭିତ୍ତିରେ ୩୦୦ ଅଗ୍ନିଶମ ବାହିନୀଙ୍କୁ ପଠାଇ ପୁନରୁଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗକୁ ଓଡ଼ିଶା ସହଯୋଗ କରିଥିଲା ଓଡ଼ିଶା ।
Comments are closed.