Latest Odisha News

ଓଡ଼ିଶାର ୧୬ଟି ଖଣି ନିଲାମ କରିବାକୁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ୨୯ଟି ଖଣି ମଧ୍ୟରୁ ୧୬ଟି ଖଣି ଖୁବଶିଘ୍ର ନିଲାମ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।

ଇତିମଧ୍ୟରେ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ୧୬ଟି ଖଣି ନିଲାମ କରିବାନେଇ ଟେଣ୍ଡର ଆହ୍ୱାନ କରିଛନ୍ତି । ସେଥିମଧ୍ୟରୁ ୯ଟି ଗ୍ରିନଫିଲଡ଼ ମାଇନ୍ସ ଏବଂ ୩ଟି ମାଇନ୍ସକୁ ସରକାର ରାଜ୍ୟର ଶିଳ୍ପ-ଉଦ୍ୟୋଗ ସକାଶେ ସଂରକ୍ଷିତ ରଖିଥିବା ଜଣାପଡ଼ିଛି । ସରକାରଙ୍କ ଇସ୍ପାସ ଓ ଖଣି ବିଭାଗ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ରୂପ ନେଇସାରିଛି ।

ବିଭିନ୍ନ କମ୍ପୀନୀମାନଙ୍କୁ ଲିଜ୍ ସୂତ୍ରରେ ଦିଆଯାଇଥିବା ଏହି ଖଣି ଗୁଡ଼ିକ ମଧ୍ୟରୁ ୧୬ଟି ଖଣିର ଲିଜ୍ ଅବଧି ଆସନ୍ତା ମାର୍ଚ୍ଚ ୨୦୨୦ ମଧ୍ୟରେ ସରିଯାଉଛି ।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ, ନୂଆ ଲୁହାପଥର ଖଣି ଯାହାକି ୫୭୪ ମିଲିୟନ ଟନ ପରିମାଣର ଖଣିକୁ ନିଲାମ କରିବେ ।

ଓଡ଼ିଶାରେ ନୂଆ ୮ଟି ଲୁହାପଥର ଖଣି ଚିହ୍ନଟ ହୋଇଛି ଏବଂ ଏହି ଲୁହାପଥର ଖଣି ଗୁଡ଼ିକ ମଧ୍ୟରୁ ୬ଟି ସୁନ୍ଦରଗଡ଼ ଏବଂ ୨ଟି କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ।

ଏହି ନୂଆ ଲୁହାପଥର ଖଣି ମଧ୍ୟରୁ କେନ୍ଦୁଝର ଜିଲ୍ଲାର ଗନ୍ଧଲପଡ଼ା ବ୍ଳକରେ ଥିବା ଖଣିରେ ୩୧୪.୩୭ ଟନ ପରିମାଣର ଲୁହାପଥର ଗଛିତ ରହିଥିବା ଜଣାପଡ଼ିଛି । ସେହିପରି ଉଚ୍ଚବାଲି ଖଣିରେ ୩.୬ ଟନ ପରିମାଣର ଖଣିଜ ପଥର ରହିଥିବା ସୂଚନା ହସ୍ତଗତ ହୋଇଛି ।

ଅକ୍ଟୋବର ୧୪ ମଧ୍ୟରେ ନବୀନ ସରକାର ୧୩ଟି ଲୁହାପଥର ଖଣି ଏବଂ ଗୋଟିଏ ମାଙ୍ଗାନିଜ ଖଣି ନିଲାମ କରିବାକୁ ଟେଣ୍ଡର ଆହ୍ୱାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୨୪ଟି ଲୁହାପଥର ଖଣି ମଧ୍ୟରୁ ଏହି ୧୩ଟି ଖଣିର ଲିଜ୍ ଆଗାମୀ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ସମାପ୍ତ ହୋଇଯାଉଛି ।

ରାଜ୍ୟ ସରକାର ୨ଟି କ୍ରୋମାଇଟ ଖଣି ଲାଗି ଟେଣ୍ଡର ଆହ୍ୱାନ କରିସାରିଛନ୍ତି । ତେବେ ୨ଟି ଖଣିକୁ ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ ଖଣିକୁ ଓଡ଼ିଶା ମାଇନିଂ କର୍ପୋରେସନ ଲାଗି ସଂରକ୍ଷିତ ରଖିଥିବା ଜଣାପଡ଼ିଛି ।

Comments are closed.