Latest Odisha News

BREAKING NEWS

ପୂର୍ବାଂଚଳ ସବ ଜୁନିୟର ହକି ଚାମ୍ପିୟନଶିପ : ପୁରୁଷ ବିଭାଗରେ ଓଡିଶା ଚାମ୍ପିୟନ, ମହିଳାରେ ରନର୍ସଅପ

ଭୁବନେଶ୍ୱର: ହକି ଇଣ୍ଡିଆ ପୂର୍ବାଂଚଳ ସବୁ ଜୁନିୟର ଚାମ୍ପିୟନଶିପରେ ଓଡିଶା ଟିମ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛି । ପୁରୁଷ ବିଭାଗରେ ଦଳ ଚାମ୍ପିୟନ ହୋଇଥିବା ବେଳେ ମହିଳା ବିଭାଗରେ ରନର୍ସଅପ ହୋଇଛି । ପୁରୁଷ ବିଭାଗ ଫାଇନାଲ ବେଶ ରୋମାଂଚକ ପୂର୍ଣ୍ଣ ହୋଇଥିଲା । ଓଡିଶା ଓ ଝାଡଖଣ୍ଡ ମ୍ୟାଚ ୬-୬ରେ ଶେଷ ହେବା ପରେ ପେନାଲ୍ଟି ଶୁଟ ଆଉଟରେ ଓଡିଶା ୪-୩ରେ ବିଜୟୀ ହୋଇଥିଲା । ଓଡିଶା ପକ୍ଷରୁ ମିଥିଲେଶ କେରକେଟା, ମନଦୀପ କେରକେଟା ୨ଟି ଲେଖାଏଁ ଏବଂ ଅକ୍ଲେଶ ଲାକ୍ରା ଓ ସୁବୋଓ ଲାକ୍ରା ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଶୁଟ ଆଉଟରେ ସଲମାନ ଲାକ୍ରା, ଡିବିଟ ମାଡକି ଓ ଅର୍ମାନ ସୋରେଙ୍ଗ ଗୋଲ ସ୍କୋର କରିଥିଲେ ।

ମହିଳା ବିଭାଗ ଫାଇନାଲରେ ଓଡିଶା ଓ ଝାଡଖଣ୍ଡ ମ୍ୟାଚ ୧-୧ରେ ଶେଷ ହୋଇଥିଲା । ଓଡିଶା ପକ୍ଷରୁ ପ୍ରିୟଙ୍କ ମିଞ୍ଜ ଓ ଝାଡଖଣ୍ଡ ୍‌ର”ରୁ ଶ୍ରୁତି କୁମାରୀ ଗୋଲ ଦେଇଥିଲେ । ପେନାଲ୍ଟି ଶୁଟଆଉଟରେ ଝାଡଖଣ୍ଡ ୩-୦ରେ ଜିତି ଚାମ୍ପିୟନ ହୋଇଥିଲା । ଦଳର ପ୍ରଦର୍ଶନ ନେଇ କୋଚ ପ୍ରଫୁଲ୍ଲ ତିର୍କର ସନ୍ତୋଷ ବ୍ୟକ୍ତ କରିଛନ୍ତି । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ମଧ୍ୟ ସଂଘର୍ଷପୂର୍ଣ୍ଣ ମୁକାବିଲା ନେଇ ଉଭୟ ଦଳକୁ ପ୍ରଶଂସା କରିଥିଲେ ।

Comments are closed.