Latest Odisha News

BREAKING NEWS

ଜାତୀୟ ଓପନ ଆଥଲେଟିକ୍ସ:୧୦୦ ମିଟରରେ ଲାଲୁ ପ୍ରସାଦଙ୍କୁ ସ୍ୱର୍ଣ୍ଣ

ବେଙ୍ଗାଲୁରୁ: ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନ୍ସ ଆୟୋଜିତ ହୋଇଛି । ଏଥିରେ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ୧୦୦ ମିଟରରେ ୨୧ ବର୍ଷୀୟ ଲାଲୁ ପ୍ରସାଦ ଭୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦.୪୬ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ଦ୍ରୁତତମ ଧାବକ ହେବାର ଗୌରବ ଅର୍ଜନ କରିଛନ୍ତି । ସର୍ଭିସେସର ଜାତୀୟ ରେକର୍ଡଧାରୀ ମଣିକାନ୍ତଙ୍କୁ ସେ ପଛରେ ପକାଇ ଦେଇଥିଲେ । ମଣିକାନ୍ତ ରୌପ୍ୟ ଏବଂ ରେଲୱେର ବି ଶିଭା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ମହିଳା ୧୦୦ ମିଟରରେ ରେଲୱେର ନିଥ୍ୟା ଗାନ୍ଧେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ୪ ଗୁଣନ ୧୦୦ ମିଟର ରିଲେରେ ଶ୍ରାବଣୀ ନନ୍ଦଙ୍କ ନେତୃତ୍ୱରେ ଓଡିଶା ବ୍ରୋଞ୍ଜ ପଦକ ହାତେଇଛି । ଶ୍ରାବଣୀଙ୍କ ସହ ସୁଖୀ ବାସ୍କେ, ମାରୀ ହାଜ୍ୟ ଓ ବନୀତା ବେହେରା ଏହି ରେସରେ ଅଂଶଗ୍ରହଣ କରିଥିଲେ ।

Comments are closed.