Latest Odisha News

ଶୀତ ଚାଦର ତଳେ ଓଡ଼ିଶା: ଏସବୁ ଜିଲ୍ଲାରେ କଲବଲ କରୁଛି ଜାଡ଼

ଭୁବନେଶ୍ୱର: ରାଜ୍ୟରେ ପାରଦ କ୍ରମାଗତ ଖସୁଛି । ବଢୁଛି ଶୀତ । ଗତ ତିନି ଦିନରେ ଜାଡ଼ ଅଧା ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ଦେଲାଣି । କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ଼ । ଫୁଲବାଣୀରେ ୪ ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୫ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ । ସେଠାରେ ତୁଷାରପାତ ହେଉଛି ।

ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ତଳମୁହାଁ ହୋଇଛି । ଆଜି ୧୦ ଡିଗ୍ରୀ ତଳେ ରହିଛି ୧୩ଟି ସହରରେ ସର୍ବନିମ୍ନ ତାପମାତ୍ରା । କିଛି ଜିଲ୍ଲାରେ ତୀବ୍ର ଶୀତ ଲହରି । ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କୋରାପୁଟରେ ତୀବ୍ର ଶୀତ ଲହରି । ଅନୁଗୁଳରେ ୫.୬, କୋରାପୁଟରେ ଓ ସୁନ୍ଦରଗଡ଼ରେ ୭, ଝାରସୁଗୁଡ଼ାରେ ୭.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ଭବାନୀପାଟଣାରେ ୮, କେନ୍ଦୁଝରରେ ୮.୮, ବାରିପଦା ଓ ବୌଦ୍ଧରେ ୯, ବଲାଙ୍ଗିର ୯.୨, ସୋନପୁର ୯.୪ ଓ ମାଲକାନଗିରିରେ ପାରଦ ୧୦ ଡିଗ୍ରୀ ସେଲସିୟସ ରହିଛି । ଏହି କଟକରେ ୧୧ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଆଗାମୀ ଦୁଇ ଦିନ ଶୀତରୁ ନିସ୍ତାର ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Leave A Reply

Your email address will not be published.