Latest Odisha News

BREAKING NEWS

ଓଡ଼ିଶା ରୋଲର୍ ସ୍କେଟିଂ ଟିମର ‘ଗିନିଜ୍ ୱାର୍ଲ୍ଡ ରେକର୍ଡ଼’ ପ୍ରବେଶ, ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଓଡ଼ିଶା ରୋଲର୍ ସ୍କେଟିଂ ଟିମ୍ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ଼’ରେ ପ୍ରବେଶ କରିଥିବାରୁ ରାଜ୍ୟପାଳ ଶନିବାର ଦିନ ଏହି ୧୩ ଜଣିଆ ଦଳକୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଟିମ୍ ନଭେମ୍ବର ୧୦ ତାରିଖ ୨୦୧୮ ରେ କର୍ଣ୍ଣାଟକର ବେଲଗାଭିଠାରେ ଦୀର୍ଘ ୪୮ ଘଣ୍ଟା ରୋଲର୍ ସ୍କେଟିଂ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ଼ର ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

ଏହି ଅନ୍ତର୍ଜାତୀୟ ଇଭେଣ୍ଟରେ ଦେଶର ବିଭିନ୍ନ ରାଜ୍ୟରୁ ଅଂଶଗ୍ରହଣ କରିଥିବା ପ୍ରାୟ ୫୪୫ ଜଣ ରୋଲର୍ ସ୍କେଟର୍ ସ୍କେଟିଂ କରି ଏକ ବିରଳ ରେକର୍ଡ଼ କରିଥିଲେ ।

ଏହି ଓଡ଼ିଶା ରୋଲର୍ ସ୍କେଟିଂ ଟିମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ରୋଲର୍ ସ୍କେଟର୍ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ତଥା ଓଡ଼ିଶା କାଉନସିଲ୍ ଅଫ ସ୍ପୋର୍ଟସ୍ ଓ ଓଡ଼ିଶା ଅଲିମ୍ପିକ ଆସୋସିଏସନର ଅଂଶ ବିଶେଷ ହେଲା ‘ଓଡ଼ିଶା ରୋଲର୍ ସ୍କେଟିଂ ଆସୋସିଏସନ’ ।

ଓଡ଼ିଶା ରାଜଭବନରେ ଅନୁଷ୍ଠିତ ହୋଇଥିବା ଏହି ବିଶେଷ କାର୍ଯ୍ୟକ୍ରମରେ କୋଚ୍ ପଞ୍ଚାନନ ବେହେରା ଏବଂ ଓଆରଏସଏ ର ସମ୍ପାଦକ ପାର୍ଥ ସାରଥୀ ଜେନା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.