Latest Odisha News

BREAKING NEWS

ଓଡ଼ିଶା ସୌର ନିବେଶକ ସମ୍ମିଳନୀ: ୨୦୩୦ ସୁଦ୍ଧା ରାଜ୍ୟରେ ୧୦ ଗିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ

ଭୁବନେଶ୍ୱର: ଗ୍ରିଡକୋ ପକ୍ଷରୁ ଭୁବନେଶ୍ୱରରେ ଓଡ଼ିଶା ସୌର ନିବେଶକ ସମ୍ମିଳନୀ ଆୟୋଜିତ ହୋଇଛି।

ଏହି ସମ୍ମିଳନୀରେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ (ଇରେଡା)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଏକ ସ୍ୱତନ୍ତ୍ର ଅଭିଭାଷଣ ଦେଇଥିଲେ।

ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାରେ ଉପଲବ୍ଧ ଆର୍ଥିକ ସହାୟତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସମ୍ପୂର୍ଣ୍ଣ କାଗଜବିହୀନ, ଡିଜିଟାଲ ଏବଂ ଋଣ-ଅନୁକୂଳ କାର୍ଯ୍ୟ ସହିତ ଏକ ପ୍ରତିଯୋଗିତାମୂଳକ ଫାଇନାନ୍ସ ପ୍ରଦାନକାରୀ ଭାବରେ ଇରେଡାର ଅନନ୍ୟ ସ୍ଥିତି ଉପରେ ସେ ଆଲୋକପାତ କରିଥିଲେ।

୨୦୩୦ ସୁଦ୍ଧା ୧୦ ଗିଗାୱାଟ କ୍ଷମତା ହାସଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଇରେଡାର ସିଏମଡି ଓଡ଼ିଶାର ଉଚ୍ଚାକାଂକ୍ଷୀ ଅକ୍ଷୟ ଶକ୍ତି ଲକ୍ଷ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ସୌର, ଜଳ, ଇଥାନଲ ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅନ୍ତର୍ଭୁକ୍ତ ସମଗ୍ର ଓଡ଼ିଶାରେ ସବୁଜ ଶକ୍ତି ପ୍ରକଳ୍ପ ପାଇଁ ଇରେଡା ୩,୦୦୦ କୋଟି ଟଙ୍କାରୁ ଅଧିକ ମଞ୍ଜୁର କରିସାରିଛି ।

ସେ ଆହୁରି ମଧ୍ଯ କହିଛନ୍ତି ଯେ କମ୍ପାନୀ ୨.୦୮ ଲକ୍ଷ କୋଟିରୁ ଅଧିକ ମଞ୍ଜୁର କରିଛି ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକ ପାଇଁ ୧.୩୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି ଯାହା ଇଥାନଲ, ଇଭି ଫ୍ଲିଟ୍ ଫାଇନାନ୍ସିଂ, ପମ୍ପଡ୍ ଷ୍ଟୋରେଜ୍ ଜଳ ବିଦ୍ୟୁତ୍ ଏବଂ ଗ୍ରୀନ ଆମୋନିଆ ଇତ୍ୟାଦି ଉଦୀୟମାନ ଅକ୍ଷୟ ଶକ୍ତି ପ୍ରଯୁକ୍ତିରେ ବଜାର ଗଠନ ପାଇଁ ଉତପ୍ରେରକ ଭାବରେ କମ୍ପାନୀ ନିଜକୁ ଅବସ୍ଥାପିତ କରିଛି।

 

Comments are closed.