ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ପ୍ରମୁଖ ବିନ୍ଧାଣୀ ଡ଼. ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା।
ଶତାଧିକ ଯୁବକ ଓ ଯୁବତୀ ଏବଂ ସ୍ଵେଚ୍ଛାସେବୀମାନେ ଅତ୍ୟନ୍ତ ଉତ୍ସାହର ସହିତ ଏହି ପଦଯାତ୍ରାରେ ସାମିଲ୍ ହୋଇଥିଲେ। ଏଥିସହ ପଦଯାତ୍ରାର ଆୟୋଜନ ଅବସରରେ ଯୁବ ଏନ. ଏସ. ଏସ ସ୍ବେଚ୍ଛାସେବୀ, କ୍ରୀଡ଼ାବିତ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ପଦଯାତ୍ରା ମାଧ୍ୟମରେ ସାମାଜିକ ସମତା ଓ ମୂଲ୍ୟବୋଧ ଏବଂ ସମ୍ବିଧାନର ଆଦର୍ଶକୁ ପ୍ରଚାରପ୍ରସାର କରିବା ସହିତ ଯୁବପିଢିଙ୍କ ମଧ୍ୟରେ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରେରଣ କରାଯାଇଥିଲା।
କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା,ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର,ଅଶୋକ ପଣ୍ଡା, ବିଜୟ କୁମାର ସ୍ୱାଇଁ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।
Comments are closed.