Latest Odisha News

BREAKING NEWS

ୱାର୍ଲ୍ଡ ୟୁନିଭରସିଟି ଗେମ୍ସ: ଓଡିଶା ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନରେ ଭାରତ ଜିତିଲା ବ୍ରୋଞ୍ଜ

ଭୁବନେଶ୍ୱର: ଓଡିଶା ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୱାର୍ଲ୍ଡ ୟୁନିଭରସିଟି ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ୪ ଗୁଣନ ୧୦୦ ମିଟର ପୁରୁଷ ରିଲେରେ ଓଡିଶାର ଅନୀମେଶ କୁଜୁର, ଲାଲୁ ପ୍ରସାଦ ଭୋଇ ଓ ଦଣ୍ଡପାଣି ଜୟରାମଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି । ଏହି ୩ଜଣ ଆଥଲେଟଙ୍କୁ ଭରପୂର ସହଯୋଗ କରିଥିଲେ ଟିମର ଅନ୍ୟ ସଦସ୍ୟ ସର୍ଭିସେସର ମଣିକାନ୍ତ ହାବିଲଦାର । କୋରିଆ ଓ ଦକ୍ଷିଣ ଆଫ୍ରିକା ଟିମ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ ।

ଭାରତ ଟ୍ରାକ ଆଣ୍ଡ ଫିଲ୍ଡରେ ୩ଟି ପଦକ ଜିତିଛି । ମହିଳା ୩୦୦୦ ଷ୍ଟିପେଲଚେଜରେ ଅଙ୍କିତା ଧ୍ୟାନୀ, ମହିଳା ୫୦୦୦ ମିଟରରେ ସୀମା ଓ ପୁରୁଷ ଟ୍ରିପଲ ଜମ୍ପରେ ପ୍ରବୀଣ ଚିର୍ତଭେଲ ଏହି ସଫଳତା ହାସଲ କରିଛନ୍ତି । ଭାରତ ଓଭରାଲ ୧୨ ପଦକ ସହ ଅଭିଯାନ ଶେଷ କରିଛି । ଏଥିରେ ୨ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ରହିଛି ।

Comments are closed.