ଭୁବନେଶ୍ୱର: ଓଲିଉଡ ଜଗତର ଚର୍ଚ୍ଚିତ ଷ୍ଟାର ଦମ୍ପତି ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଖୁବ୍ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଗତ ଶନିବାର ଇନଷ୍ଟାଗ୍ରାମରେ ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରୁ ଏକ ଭିଡିଓ ସେୟାର କରିଛନ୍ତି। ‘ସ୍ୱିଟ୍ ସିକ୍ରେଟ୍’ ଭାବରେ ଏକ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି। ଏହାପରେ ପ୍ରଶଂସକ, ସହକର୍ମୀ ଏବଂ ସେଲିବ୍ରିଟିମାନଙ୍କଠାରୁ ଅଭିନନ୍ଦନର ସୁଅ ଛୁଟିଛି।
ତେବେ ଡିସେମ୍ବର ୬ ତାରିଖରେ ସବ୍ୟସାଚୀ ଲଣ୍ଡନ ଯାତ୍ରା ସମୟରେ ଅର୍ଚ୍ଚିତାଙ୍କ ସହ ଫଟୋ ସେୟାର କରିଥିଲେ। ସେ ସମୟରେ ସେ ଫ୍ୟାନ୍ସଙ୍କୁ କିଛି ହିଣ୍ଟସ୍ ମଧ୍ୟ ଦେଇଥିଲେ।
Comments are closed.