Latest Odisha News

ଓଡିଶା ଆଥଲେଟିକ୍ସ ଚାମ୍ପିୟନଶିପ: ୪ ନୂଆ ମିଟ ରେକର୍ଡ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଅନୁଷ୍ଠିତ ହେଉଛି । ଦ୍ୱିତୀୟ ଦିବସରେ ୪ଟି ନୂଆ ମିଟ ରେକର୍ଡ ସ୍ଥାପନ ହୋଇଛି । ଓଡିଶା ଆଥଲେଟିକ୍ସ ଆସୋସିଏଶନ ଏବଂ ରାଜ୍ୟ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଏହାକୁ ମିଳିତ ଭାବେ ଆୟୋଜିତ କରୁଛନ୍ତି । ୩୦ ଜିଲ୍ଲାର ୯୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଛନ୍ତି । ୨୩ ବର୍ଷରୁ କମ ୧୦୦ ମିଟର ବାଳକ ବିଭାଗରେ ଭୁବନେଶ୍ୱରର ଅନୀମେଶ କୁଜୁର ୧୦.୩୮ ସେକେଣ୍ଡ ସମୟ ନେଇ ନୂତନ ମିଟ ରେକର୍ଡ ସ୍ଥାପନ କରିଛନ୍ତି ।

ସେହିପରି କଟକର ଜ୍ୟୋତିପ୍ରକାଶ ନାୟକ ୨୩ ବର୍ଷରୁ କମ ହାମର ବାଳକ ବିଭାଗରେ(୪୯.୧୧ ମିଟର), ପାରାଦୀପ ଦିବ୍ୟା ସାଣ୍ଡିଲ୍ୟା ମହିଳା ହାମର ଥ୍ରୋରେ(୫୭.୬୭ ମିଟର) ଓ ନିକିତା ପୂର୍ବୀୟା ୨୩ ବର୍ଷରୁ କମ ହାମର ଥ୍ରୋରେ (୩୭.୩୬ ମିଟର) ନୂତନ ମିଟ ରେକର୍ଡ ସ୍ଥାପନ କରିଛନ୍ତି । ଓଡିଶା-ରିଲାଏନ୍ସ ହାଇ ପର୍ଫମାନ୍ସ ସେଂଟର ଏବଂ କ୍ରୀଡା ବିଭାଗର ସ୍ପୋର୍ଟ୍ସ ହଷ୍ଟେଲ, ଡାକବିଭାଗ, ବିଏସଏନଏଲ, କିଟ ୟୁନିଭର୍ସଟି, ଓଡିଶା ପୋଲିସର ପ୍ରତିଯୋଗୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.