Latest Odisha News

BREAKING NEWS

ଏସଟିଏଫ୍ ହାତରେ ଧରାପଡ଼ିଲେ ଦୁଇ ବଜ୍ରକାପ୍ତା ବେପାରୀ

ଖୋର୍ଦ୍ଧା: ପୁଣି ଏସଟିଏଫ୍ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଛି ବଜ୍ରକାପ୍ତା ବେପାରୀ। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗା-ପିତାପଲ୍ଲୀ ରାସ୍ତାରୁ ଦୁଇଜଣ ବନ୍ୟଜନ୍ତୁ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ହେଉଛନ୍ତି କଳାହାଣ୍ଡିର କୈଳାସ ଖୋସଲା ଓ ନବରଙ୍ଗପୁରର ଚୈତନ୍ୟ ଭତ୍ରା।

ପିତାପଲ୍ଲୀ ଛକ ନିକଟରେ ବିକ୍ରି ପାଇଁ ଡିଲ ଚାଲିଥିବାବେଳେ ମାଡ଼ିବସିଥିଲା ଏସଟିଏଫ୍। ରାସ୍ତା କଡ଼ରେ କାର୍ ଭିତରେ ଚାଲିଥିଲା ବଜ୍ରକାପ୍ତା ଡ଼ିଲ୍। ଏସଟିଏଫ୍ ସେମାନଙ୍କ ନିକଟରୁ ଏକ କାର ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଜବତ କରିଛି। ସେମାନଙ୍କୁ ଗିରଫ କରି କୋର୍ଟକୁ ପଠାଯିବ ବୋଲି କହିଛି ପୋଲିସ୍। ସୁଚନାଯୋଗ୍ୟ ଯେ, ଗତ ୧ବର୍ଷ ମଧ୍ୟରେ ବନ୍ୟଜନ୍ତୁ ଅପରାଧୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି। ଏହି ମଧ୍ୟରେ ୫ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫କେଜି ବଜ୍ରକାପ୍ତା କାତି ଧରିବାରେ ସଫଳ ହୋଇଛି ଏସଟିଏଫ।

Leave A Reply

Your email address will not be published.