Latest Odisha News

BREAKING NEWS

ବୌଦ୍ଧରୁ କଲରାପତରିଆ ବାଘ ଛାଲ ଜବତ, ଜଣେ ଅଟକ

ବୌଦ୍ଧ: ବୌଦ୍ଧ ଜିଲ୍ଲାରୁ ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) କଲରାପତରିଆ ବାଘ ଛାଲ ସହ ଜଣଙ୍କୁ ଗିରଫ କରିଛି।

ଶନିବାର ଦିନ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏସଟିଏଫ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ମେହେରୁନି ବ୍ରିଜ ନିକଟ ମନମୁଣ୍ଡା-ସାଗଡା ରାସ୍ତାରେ ଚଢାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରାଯାଇଥିଲା।

ଚଢାଉ ସମୟରେ ତାଙ୍କ ନିକଟରୁ ଏକ କଲରାପତରିଆ ବାଘ ଛାଲ ଏବଂ ଅନ୍ୟାନ୍ୟ ଅପରାଧ ସମ୍ପର୍କିତ ସାମଗ୍ରୀ ଜବତ କରାଯାଇଥିଲା।

ଅପରପକ୍ଷରେ ଜବତ ଛାଲକୁ ଯାଞ୍ଚ ପାଇଁ ଡେରାଡୁନ ପଠାଯିବ ବୋଲି ଜଣାପଡିଛି।

Comments are closed.