Latest Odisha News

ଓଡିଶା ସନ୍ତରଣକାରୀ ଜିତିଲେ ପ୍ରଥମ ଜାତୀୟ ସ୍ୱର୍ଣ୍ଣ

ଭୁବନେଶ୍ୱର: ମାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ମହିଳା ଟିମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ସନ୍ତରଣରେ ଓଡିଶାର ଏହା ପ୍ରଥମ ଜାତୀୟସ୍ତରର ସ୍ୱର୍ଣ୍ଣ ପଦକ । ୪ ଗୁଣନ ୧୦୦ ରିଲେରେ ପ୍ରତ୍ୟୁଷା ରାୟ, ମନ୍ନତ ମିଶ୍ର, ସୃଷ୍ଟି ଉପାଧ୍ୟାୟ ଓ ସୋନିଆ ପଟେଲକୁ ନେଇ ଗଠିତ ଓଡିଶା ଟିମ ୪ ମିନିଟ ୨୭.୨୯ ସେକେଣ୍ଡ ସମୟ ନେଇ ଏହି ସଫଳତା ହାସଲ କରିଥିଲେ । ମହାରାଷ୍ଟ୍ର, କର୍ଣ୍ଣାଟକ, ରେଲୱେ ଓ ବେଙ୍ଗଲ ଟିମକୁ ପଛରେ ପକାଇ ଓଡିଶା ଚାମ୍ପିୟନ ହୋଇଥିଲା । ଓଡିଶା ସନ୍ତରଣ ଫେଡେରେଶନର କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର ଏହି ପ୍ରଦର୍ଶନକୁ ଅବିସ୍ମରଣୀୟ ବୋଲି କହିଛନ୍ତି । ସବୁଠାରୁ କଷ୍ଟସାଧ୍ୟ ଲେନ ୮ରେ ରହିବା ସତ୍ୱେ ଆମ ପ୍ରତିଯୋଗୀ ଚମତ୍କାର ପ୍ରଦର୍ଶନ କରିଥିଲେ ।

ଜାତୀୟ ସନ୍ତରଣ ଫେଡେରେଶନର ସାଧାରଣ ସମ୍ପାଦକ ମୋନାଲ ଚୋସ୍କି ବ୍ୟକ୍ତିଗତ ଭାବେ ଓଡିଶା ପ୍ରତିଯୋଗୀଙ୍କୁ ଭେଟିବାକୁ ଆସିଥିଲେ । ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପରେ ଓଡିଶାର ଏହା ତୃତୀୟ ପଦକ । ପୂର୍ବରୁ ୪ ଗୁଣନ ୨୦୦ରେ ରିଲେରେ ବ୍ରୋଞ୍ଜ ଏବଂ ମହିଳା ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ପ୍ରତ୍ୟୁଷା ରୌପ୍ୟ ପଦକ ଜିତି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି ।

Comments are closed.