Latest Odisha News

BREAKING NEWS

ରଣଜୀ ଟ୍ରଫି: ଗୋବିନ୍ଦଙ୍କ ଶତକ, ଓଡିଶାକୁ ପ୍ରଥମ ଇନିଂସ ଅଗ୍ରଣୀ

କଟକ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମୁକାବିଲାରେ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଶତକ ବଳରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ଓଡିଶା ପ୍ରଥମ ଇନିଂସରେ ୨ରନର ଅଗ୍ରଣୀ ହାସଲ କରିଛି । ଜମ୍ମୁ ଏବଂ କଶ୍ମୀର ପ୍ରଥମେ ବ୍ୟାଟିଂ କରି ଅବଦୁଲ ସମଦଙ୍କ ୧୨୭ ରନ ସହାୟତାରେ ୨୭୦ ରନ ସଂଗ୍ରହ କରିଥିଲେ । ଜବାବରେ ଓଡିଶା ୨୭୨ରନ କରିବାକୁ ସକ୍ଷମ ହୋଇଥିଲେ । ଗୋବିନ୍ଦ ୧୩୩ ରନ କରି ଅପରାଜିତ ରହିଥିଲେ । ସେ ତାଙ୍କ ଇନିଂସରେ ୧୧ଟି ଚୌକା ଓ ୪ଟି ଛକା ମାରିଥିଲେ । ଅନୁରାଗ ଷଡଙ୍ଗୀ ୩୫, ସନ୍ଦୀପ ପଟ୍ଟନାୟକ ୨୬ ଓ ଆଶୀର୍ବାଦ ସ୍ୱାଇଁ ୩୨ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରି ନ ଥିବାରୁ ଓଡିଶା ବଡ ସ୍କୋର କରିପାରି ନ ଥିଲା ।

ଜମ୍ମୁ ଏବଂ କଶ୍ମୀର ପକ୍ଷରୁ ଆବିଦ ମୁସ୍ତାକ ୪ଟି ଓ ଉମର ନାଜିର ମୀର ୩ଟି ୱିକେଟ ନେଇଥିଲେ । ଟସ ଜିତି ଜମ୍ମୁ ଏବଂ କଶ୍ମୀର ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଖବର ହସ୍ତଗତ ହେଲା ବେଳକୁ ଜମ୍ମୁ ଏବଂ କଶ୍ମୀର ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ ହରାଇ ୨୬ ରନ ସଂଗ୍ରହ କରିଛି । ଶୁଭମ ଖଜୁରିଆ ୧୪ ଓ ଶୁଭମ ପୁନ୍ଦିର ୧୧ ରନ କରି ଅପରାଜିତ ରହିଛନ୍ତି ।

Comments are closed.