Latest Odisha News

BREAKING NEWS

ଜାତୀୟ କ୍ୟାଡେଟ୍‌ ଜୁଡ଼ୋ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ବର: କର୍ଣ୍ଣାଟକର ତୋରନାଗଲୁରେ ଜୁଲାଇ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ୟାଡେଟ୍ ଜୁଡ଼ୋ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍‌ଜା) ଏବଂ ଭୁବନେଶ୍ବର ଜୁଡ଼ୋ ସଂଘ (ବିଜେଏ) ମିଳିତ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତା ତଥା ଚୟନ ପ୍ରକ୍ରିୟାରେ ବିଭିନ୍ନ ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳି ଜାତୀୟ ଯୋଗ୍ୟତା ଅର୍ଜନ କରିଛନ୍ତି।

ପ୍ରତିଯୋଗିତାକୁ ଓସ୍‌ଜା ସିଇଓ ଗୀତାଞ୍ଜଳି ପଣ୍ଡା, ବୈଷୟିକ ସମ୍ପାଦକ କାନ୍ଦନ ମୁର୍ମୁ, ବସନ୍ତ ଦଳେଇ, ବିଶ୍ବଜିତ ମାହାରୀ, ଲୋପାମୁଦ୍ରା ପତି ପରିଚାଳନା କରିଥିଲେ। ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ଜୁଡ଼ୋ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଅନ୍ତେବାସୀମାନେ ଏକ ରାଜ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ସେମାନଙ୍କ ମଧ୍ୟରୁ ଦୁଇ ଜଣ (ତୁଷାର ତନ୍ତୀ ଓ ପ୍ରଭୂଦତ୍ତ ମହାନ୍ତି) ମଧ୍ୟ ରାଜ୍ୟ ଦଳରେ ସାମିଲ ହୋଇଛନ୍ତି। ଏଥି ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଓସ୍‌ଜା ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସିଇଓ ଗୀତାଞ୍ଜଳି ପଣ୍ଡା କୃତଜ୍ଞତା ଜଣାଇଛନ୍ତି।

ଓଡ଼ିଶା ଦଳ: ସୋନିଆ ବୋମାଙ୍ଗୋ, ଦେବାସିନୀ ପିଙ୍ଗ୍‌, ଆରତୀ ଦଳାଇ, ଡୁଲି ମୁର୍ମୁ, ମାଇସା ନୟନ, ଦୂର୍ଜ ଦାଶ, ସ୍ମୃତି ପ୍ରଜ୍ଞା ନାୟକ, ଏସ୍ କୃଷ୍ଣା ରେଡ୍ଡେୀ, ରାହୁଲ ବିଦ୍ରିକା, ଦେବଦତ୍ତ ରାୟ, ଅର୍ମାନ ପଣ୍ଡା, ତୁଷାର ତନ୍ତୀ, ପ୍ରଭୂଦତ୍ତ ମହାନ୍ତି।

Leave A Reply

Your email address will not be published.