Latest Odisha News

BREAKING NEWS

ଦୁର୍ନୀତି ଅଭିଯୋଗରେ ପଦ୍ମପୁର ତହସିଲଦାର ନିଲମ୍ବିତ 

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି।

ରାଜସ୍ୱ ବିଭାଗରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଏହି ପରିପ୍ରେକ୍ଷୀରେ ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ସୂଚନାଯୋଗ୍ୟ ଯେ, ରାଜସ୍ୱ ସଚିବ ଡଃ ଅରବିନ୍ଦ ପାଢ଼ୀ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ନିକଟରେ ବିଭାଗର ସମସ୍ତ କାର୍ଯ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରିଥିଲେ।

Comments are closed.