Latest Odisha News

ବେସରକାରୀ ହସପିଟାଲରେ ହେବ କୋଭିଡ ପରୀକ୍ଷା

ଭୁବନେଶ୍ୱର: କରୋନା ମୁକାବିଲା ନେଇ ଆଜି ଆନ୍ତମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି । ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ରାଜ୍ୟରେ ଦିନକୁ ୧୫ହଜାର ଟେଷ୍ଟ ପାଇଁ ଆଲୋଚନା ହୋଇଛି । ବେସରକାରୀ ହସପିଟାଲରେ କୋଭିଡ ପରୀକ୍ଷାକୁ ଅନୁମତି ଦିଆଯିବା ସହ ଆଗକୁ ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ।

ଆସନ୍ତା ୧୬ ତାରିଖରୁ ବଲାଙ୍ଗୀର ହସପିଟାଲରେ କୋଭିଡ ପରୀକ୍ଷା ହେବ । ସେହିପରି ୨୩ ତାରିଖରୁ କୋରାପୁଟରେ ଏବଂ ୩୧ ତାରିିଖରୁ ବାରିପଦା ମେଡିକାଲ କଲେଜରେ କରୋନା ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ଓଏସଏମସିଏଲ ଜରିଆରେ ଶୀଘ୍ର ଉପକରଣ କିଣିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବାହାରୁ ଆସୁଥିବା ପ୍ରବାସୀ ଓଡିଆ ବୟସ୍କ ବ୍ୟକ୍ତି ଓ ପ୍ରସୂତି ମହିଳାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଲେ ତୁରନ୍ତ ଘରୋଇ ସଂଗରୋଧରେ ରହିବା ପାଇଁ ନିଜ ଘରକୁ ପଠାଇଦିଆଯିବ । ଯେତେବେଳେ ଆବଶ୍ୟକ ପଡିବ ସଙ୍ଗେ ସଙ୍ଗେ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ।

Comments are closed.