Latest Odisha News

ଡିସେମ୍ବର ୧ରୁ ୭ ତାରିଖ ଯାଏଁ ରାଜ୍ୟରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯିବ

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ଓଡ଼ିଶା ସରକାର ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜିରୋ ଫାଟାଲିଟି ସପ୍ତାହ ପାଳନ କରିବେ।

ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କୁ ପୂର୍ବ ଶୂନ୍ୟ ମୃତ୍ୟୁ ସପ୍ତାହ ଅପେକ୍ଷା ଭଲ ଫଳାଫଳ ହାସଲ କରିବା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ, କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ, ଏନଜିଓ, ସିଭିଲ ସୋସାଇଟି, ଏସଏଚଜିକୁ ଏହି ଅଭିଯାନରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି। ସଡ଼କ ସୁରକ୍ଷା ଇଞ୍ଜିନିୟରିଂ, ବ୍ୟବହାରିକ ପରିବର୍ତ୍ତନ ଏବଂ କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଆସନ୍ତା ଡିସେମ୍ବରରୁ ଫେବୃୟାରୀ ଯାଏଁ ବଣଭୋଜି ଋତୁ ଉପରେ ମଧ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିବା ସହ ଶୂନ୍ୟ ମୃତ୍ୟୁ ଓ ପ୍ରଦୂଷଣମୁକ୍ତ ବଣଭୋଜି ପାଇଁ ସମସ୍ତ ଅଂଶୀଦାର ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନେ ଘରୋଇ କିମ୍ବା ସରକାରୀ ଚିକିତ୍ସା ବ୍ୟବସ୍ଥାରେ ଚିକିତ୍ସିତ ହେଉନାହାନ୍ତି, ସେମାନଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ଯୋଗାଇଦେବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଟ୍ରିପଲ୍ ରାଇଡିଂ, ବୀମା, ବେଆଇନ୍ ପାର୍କିଂ ଏବଂ ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା ଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.