Latest Odisha News

BREAKING NEWS

ଆଜି ଓଡ଼ିଶା ଏବଂ ନ୍ୟୁ ସାଉଥ ୱେଲ୍ସ ମଧ୍ୟରେ ପ୍ରଦର୍ଶନୀ ହକି ମ୍ୟାଚ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେଉଛି ବିଶ୍ୱକପ ହକି ମ୍ୟାଚ । ବିଶ୍ୱକପର ଅବ୍ୟବହିତ ପୂର୍ବରୁ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ନ୍ୟୁ ସାଉଥ ୱେଲ୍ସ ଏବଂ ଓଡ଼ିଶା ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ ଖେଳାଯାଉଛି । ଏହି ପ୍ରଦର୍ଶନୀ ମ୍ୟାଚ ଭୁବନେଶ୍ୱର ଓ ରାଉରକେଲାଠାରେ ନଭେମ୍ବର ୧ ଏବଂ ୪ ତାରିଖରେ ହକି ମ୍ୟାଚ ଅନୁଷ୍ଠିତ ହେବ ।

କଳିଙ୍ଗ ଷ୍ଟାଡ଼ିୟମରେ ଚଳିତ ମାସ ଶେଷ ଆଡ଼କୁ ବିଶ୍ୱକପ ହକି ମ୍ୟାଚ ପରି ବିରାଟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ସମଗ୍ର ଓଡ଼ିଶାରେ ହକିର ଏକ ଅପୂର୍ବ ମାହୋଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହେଉଛି ।

ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶାର ଖେଳାଳିମାନଙ୍କୁ ଅନ୍ୟ ଦେଶର ଖେଳାଳିଙ୍କ ସହିତ ଖେଳିବାକୁ ସୁଯୋଗ ଦେଇ ଆମ ରାଜ୍ୟର ଖେଳାଳିମାନେ ଅନ୍ତର୍ଜାତୀୟ ଅଭିଜ୍ଞତା ପାଇପାରିବେ । ରାଜ୍ୟର ୧୦,୦୦୦ କ୍ରୀଡ଼ାପ୍ରେମୀ ତଥା ଉତ୍ସୁକ ହକିପ୍ରେମୀଙ୍କ ଲାଗି ପାସ ବ୍ୟବସ୍ଥା ହୋଇଛି ।

ଏନେଇ କ୍ରୀଡ଼ା ବିଭାଗ ପଦାଧିକାରୀ କହିଛନ୍ତି, ଷ୍ଟାଡ଼ିୟମ ମଧ୍ୟରେ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପାସ ବ୍ୟବସ୍ଥା କରାଯାଇଛି ।

ଓଡ଼ିଶା ହକି ଦଳର ଅଧିନାୟକ ରୋଶନ ମିଞ୍ଜ କହିଛନ୍ତି, ଏକ ଅନ୍ତର୍ଜାତୀୟ ଟିମ୍ ସହିତ ହକି ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଆମର ସମସ୍ତ ଖେଳାଳି ବହୁତ ଉତ୍ସାହିତ ହୋଇପଡ଼ିଛନ୍ତି । ଆମେ ଏହି ମ୍ୟାଚ ଖେଳିବା ପୂର୍ବରୁ କଠିନ ପରିଶ୍ରମ କରି ଅଭ୍ୟାସ କରିଛୁ ଏବଂ ଏହି ମ୍ୟାଚରେ ଜିତିବା ଲକ୍ଷ୍ୟ ରଖିଛୁ ।

ନ୍ୟୁ ସାଉଥ ୱେଲ୍ସ ଦଳର କ୍ୟାପଟେନ କର୍ଟ ଲୋଭେଟ କହିଛନ୍ତି, ଘରୋଇ ଦଳ ସହିତ ଏହି ମ୍ୟାଚଟି ବେଶ୍ ମଜାଦାର ରହିବ । “ଓଡ଼ିଶା ହକି ଖେଳାଳିମାନେ ହକିରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିାପାରିଛନ୍ତି, ତେଣୁ ଏହି ମ୍ୟାଚଟି ବେଶ୍ କଠିନ ଏବଂ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା ରହିଛି ।”

ଏହି ହକି ମ୍ୟାଚ ଖେଳିବାକୁ ନ୍ୟୁ ସାଉଥ ୱେଲ୍ସ ଦଳ ବୁଧବାର ଦିନ ଭୁବନେଶ୍ୱରରେ ପହଞ୍ଚିଥିଲେ ।

Leave A Reply

Your email address will not be published.