Latest Odisha News

ରଣଜୀ ଟ୍ରଫି: ଜମ୍ମୁ ଏବଂ କଶ୍ମୀରଙ୍କୁ ୨୭୦ରେ ରୋକିଲା ଓଡିଶା

କଟକ: ଏଲିଟ ଗ୍ରୁପ ଏ ରଣଜୀ ଟ୍ରଫି ମୁକାବିଲାରେ ସୁମିତ ଶର୍ମାଙ୍କ ଚମତ୍କାର ବୋଲିଂ ସହାୟତାରେ ଓଡିଶା ୨୭୦ ରନରେ ଜମ୍ମୁ ଏବଂ କଶ୍ମୀରଙ୍କୁ ପ୍ରଥମ ଇନିଂସରେ ଅଲଆଉଟ କରିଛି । ଟସ ଜିତି ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଗୋବିନ୍ଦ ପୋଦ୍ଦାର ନେତୃତ୍ୱାଧୀନ ଓଡିଶା ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ଯୋଗୁ ଜମ୍ମୁ ଏବଂ କଶ୍ମୀର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅବଦୁଲ ସମଦଙ୍କ ୧୨୭ ରନ ଯୋଗୁ ଦଳ ଏକ ଆଭରେଜ ସ୍କୋର କରିବାରେ ସଫଳ ହୋଇଥିଲା । ସାହିଲ ଲୋତ୍ରା ୩୯ରନର ଯୋଗଦାନ ଦେଇଥିଲେ । ଓଡିଶା ପକ୍ଷରୁ ସୁମିତ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏଁ ଏବଂ ଦେବବ୍ରତ ପ୍ରଧାନ ଗୋଟିଏ ୱିକେଟ ନେଇଥିଲେ । ଜବାବରେ ଓଡିଶା ପ୍ରଥମ ଦିବସ ଖେଳ ଶେଷ ବେଳକୁ ଗୋଟିଏ ୱିକେଟ ହରାଇ ୧୫ ରନ ସଂଗ୍ରହ କରିଛି । ଶାନ୍ତନୁ ମିଶ୍ର ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିବା ବେଳେ ଅନୁରାଗ ଷଡଙ୍ଗୀ ୮ ଓ ସନ୍ଦୀପ ପଟ୍ଟନାୟକ ୬ ରନ କରି ଅପରାଜିତ ରହିଛନ୍ତି । ଆକ୍ୱିବ ନାବି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.