Latest Odisha News

ରଣଜୀ ଟ୍ରଫି: ଶତକ ଅଭିମୁଖେ ଗୋବିନ୍ଦ ପୋଦ୍ଦାର, ଓଡିଶା ୧୯୮/୫

କଟକ: ଏଠାରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ମୁକାବିଲାରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୫ ୱିକେଟ ବିନିମୟରେ ୧୯୮ ରନ ସଂଗ୍ରହ କରିଛି । ଓଡିଶା ଏବେ ଜମ୍ମୁ ଏବଂ କଶ୍ମୀରର ସ୍କୋରଠାରୁ ୭୨ ରନ ପଛରେ ରହିଛି । ଅଧିନାୟକ ଗୋବିନ୍ଦ ପୋଦ୍ଦାର ୮୭ ଓ ଆଶୀର୍ବାଦ ସ୍ୱାଇଁ ୨୫ ରନ କରି ଅପରାଜିତ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନୁରାଗ ଷଡଙ୍ଗୀ ୩୫, ସନ୍ଦୀପ ପଟ୍ଟନାୟକ ୨୬ ରନ ସଂଗ୍ରହ କରିଛନ୍ତି । ଶାନ୍ତନୁ ମିଶ୍ର(୦), ବିପ୍ଲବ ସାମନ୍ତରାୟ (୧) ଓ କାର୍ତିକ ବିଶ୍ୱାଳ (୪) ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଭ୍ରମଣକାରୀ ଦଳ ପକ୍ଷରୁ ଆବିଦ ମୁସ୍ତାକ ୨ଟି ୱିକେଟ ନେଇଥିବା ବେଳେ ଆକ୍ୱିବ ନାବି, ଉମର ନାଜିର ମୀର ଓ ସାହିଲ ଲୋତ୍ରା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଜମ୍ମୁ ଏବଂ କଶ୍ମୀର ଅବଦୁଲ ସମଦଙ୍କ ୧୨୭ ରନ ସହାୟତାରେ ୨୭୦ ରନ କରି ଅଲଆଉଟ ହୋଇଥିଲା । ସୁମିତ ଶର୍ମା ପ୍ରଭାବୀ ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ଅକ୍ତିଆର କରିଥିଲେ । ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏଁ ୱିକେଟ ନେଇଥିଲେ । ମ୍ୟାଚ

Leave A Reply

Your email address will not be published.