Latest Odisha News

BREAKING NEWS

ଏଣିକି ସରକାରୀ ଛୁଟିଦିନରେ ବି ଖୋଲାରହିବ ପରିବହନ ଅଫିସ୍

ଭୁବନେଶ୍ୱର: ସମସ୍ତ ସରକାରୀ ଛୁଟିଦିନ ମାନଙ୍କରେ ଓଡ଼ିଶାରେ ଥିବା ସବୁ ବାଣିଜ୍ୟ ଓ ପରିବହନ ବିଭାଗ କାର୍ଯ୍ୟାଳୟ ଗୁଡ଼ିକ ଖୋଲାରହିବା ନେଇ ସରକାର ଏକ ସଂମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆ ଟ୍ରାଫିକ ନିୟମ ଲାଗି ଆବଶ୍ୟକୀୟ କାଗଜପତ୍ର ଆସନ୍ତା ତିନିମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ଏହି ନିର୍ଦ୍ଦେଶ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଦିଆଯାଇଛି ।

ଏସମ୍ପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଭାଗକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସମସ୍ତ ସରକାରୀ ଛୁଟି ଦିନମାନଙ୍କରେ ମଧ୍ୟ ରାଜ୍ୟରେ ସମସ୍ତ ବାଣିଜ୍ୟ ଓ ପରିବହନ ବିଭାଗର ସବୁ ଅଫିସ କାର୍ଯ୍ୟକାରୀ କରିବା ସହିତ ସବୁସମୟରେ ଖୋଲା ରହିବ ।

ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ବିଭିନ୍ନ ସ୍ଥାନମାନଙ୍କରେ ବିଭାଗ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ କ୍ୟାମ୍ପ ପ୍ରସ୍ତୁତ କରାଯିବ । ଏହି କ୍ୟାମ୍ପଗୁଡ଼ିକରେ ସମସ୍ତ ଜରୁରୀ ଡ଼କୁମେ ଗୁଡ଼ିକ ଯଥା ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ କାଗଜପତ୍ର, ଫିଟନେସ ପ୍ରମାଣପତ୍ର ତଥା ପ୍ରଦୂଷଣ ପ୍ରମାଣପତ୍ର ଯଥା ସମୟରେ ପ୍ରଦାନ କରିବାକୁ ଏହି କ୍ୟାମ୍ପଗୁଡ଼ିକ ଜନସାଧାରଣଙ୍କୁ ସହଯୋଗ କରିବ, ବୋଲି ମନ୍ତ୍ରୀ ସୂଚନାଦେଇ କହିଛନ୍ତି ।

ଏପରିକି ମନ୍ତ୍ରୀ ସୂଚନାଦେଇ କହିଛନ୍ତିି ଯେ, ଏପର୍ଯ୍ୟନ୍ତ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଯେଉଁ ଆଦାୟ ହୋଇଛି ତାହା ଗାଡ଼ି ମାଲିକଙ୍କୁ ଫେରସ୍ତ ହେବନାହିଁ ।

Leave A Reply

Your email address will not be published.