Latest Odisha News

BREAKING NEWS

ଭଡା ବୃଦ୍ଧି ଓ ରୋଡ୍ ଟାକ୍ସ ଛାଡ ଦାବି କଲା ଟ୍ରକ ମାଲିକ ସଂଘ

ଭୁବନେଶ୍ୱର: ବସ୍ ମାଲିକ ସଂଘ ପରେ ଆଜି ଟ୍ରକ ମାଲିକ ସଂଘ ରୋଡ୍ ଟାକ୍ସ ଛାଡ ନେଇ ସରକାରଙ୍କୁ ଦାବି ଜଣାଇଛି । ପରିବହନ ମନ୍ତ୍ରୀଙ୍କୁ ଭେଟି ଭଡା ବୃଦ୍ଧି କରିବାକୁ ମଧ୍ୟ ଟ୍ରକ ସଂଘ ଦାବି କରିଛି ।

ଟ୍ରକ ମାଲିକ ସଂଘ କହିଛି, କରୋନା ପାଇ ଲକଡାଉନ୍ ଜାରି ରହିଥିବାରୁ ବର୍ତ୍ତମାନ ସ୍ଥିତିରେ ମାତ୍ର ୩୫ ପ୍ରତିଶତ ଟ୍ରକ୍ ଚାଲୁଛି । ୬୫ ପ୍ରତିଶତ ବନ୍ଦ ରହିଛି । ୨୦୦୮ରେ ଶେଷଥର ପାଇଁ ଭଡା ଧାର୍ଯ୍ୟ ହୋଇଥିଲା । ୧୩ଟି ପାରାମିଟର ଦେଇ ଭଡା ଧାର୍ଯ୍ୟ ହୋଇଥାଏ । ଆମର ଦାବି ସରକାର ସର୍ବନିମ୍ନ ଓ ସର୍ବାଧିକ ଭଡା ଧାର୍ଯ୍ୟ କରନ୍ତୁ ।

ସେପଟେ ଟ୍ରକ୍ ମାଲିକ ସଂଘ ସହ ଆଲୋଚନା ପରେ ପରିବହନ ମନ୍ତ୍ରୀ କହିଛନ୍ତି, ଟାକ୍ସ ଛାଡ ନେଇ ନିଷ୍ପତ୍ତି ହୋଇନି । ଟ୍ରକ ମାଲିକ ସଂଘର ଦାବି ନେଇ ସରକାର ବିଚାର କରୁଛନ୍ତି । ତେବେ କରୋନା କଟକଣା ପାଇଁ ବସ୍ ସିନା ବନ୍ଦ ଥିଲା କିନ୍ତୁ ଟ୍ରକ୍ ଚାଲୁଥିଲା । ବର୍ଦ୍ଧିତ ଭଡା ନେଇ କୋର୍ଟଙ୍କ ରାୟ ଉପରେ ତର୍ଜମା ଚାଲିଛି । ଶୀଘ୍ର ନିଷ୍ପତ୍ତି ନିଆଯିବ ।

Comments are closed.