Latest Odisha News

ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଗାଡି ଚଳାଚଳ ବନ୍ଦ କରିବାକୁ ଟ୍ରକ ମାଲିକଙ୍କ ନିଷ୍ପତ୍ତି

କଟକ: ଜାନୁଆରୀ ୧୧ ସୁଦ୍ଧା ସରକାର ଦାବି ପୂରଣ କରିବାରେ ବିଫଳ ହେଲେ ଟ୍ରକ ମାଲିକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ସହିତ ଗାଡି ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଓଡିଶା ଟ୍ରକ୍ ମାଲିକ ସଂଘ (ଓଟିଓଏ)ର ସଭାପତି ବିଭୂତି ପ୍ରସାଦ ଦାସ କହିଛନ୍ତି ଯେ ସେମାନେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡିଗୁଡିକୁ ସ୍କ୍ରାପ୍ କରିବା ନିଷ୍ପତ୍ତିର ରୋଲ୍-ବ୍ୟାକ୍ ବା ପ୍ରତ୍ୟାହାର ସମେତ ସେମାନଙ୍କର ୫ ଦଫା ଦାବିପତ୍ର ରଖିଛନ୍ତି।

ଯଦିଓ ସେମାନେ ସମାଧାନ ପାଇଁ ଗତ ବର୍ଷ ଡିସେମ୍ବର ୧୧ରେ ଦାବି ଉପସ୍ଥାପନ କରିଥିଲେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି କିମ୍ବା ଆଲୋଚନା ପାଇଁ ଡାକିନଥିଲେ। ବିଭୂତି ଦାସ କହିଛନ୍ତି ଯେ ବର୍ତ୍ତମାନର ନୀତି ଲକ୍ଷ ଲକ୍ଷ ଲୋକଙ୍କୁ ବେରୋଜଗାର କରିବ କାରଣ ବାଣିଜ୍ୟିକ ଏବଂ ବେସରକାରୀ ଯାନବାହାନ ରାସ୍ତାରୁ ହଟିବ।

“ଆମେ ଗାଡିଗୁଡିକର ସ୍କ୍ରାପିଂ ସମୟକୁ ୧୫ ରୁ ୨୦ ବର୍ଷକୁ ବୃଦ୍ଧି କରିବାକୁ ଦାବି କରିଥିଲୁ। ଯେହେତୁ ଏହା ଯାନଗୁଡିକର ଇଞ୍ଜିନ ଅଟେ ଯାହା ପ୍ରଦୂଷଣର କାରଣ ହୋଇଥାଏ, ଆମେ ସେଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲୁ। କିନ୍ତୁ ସରକାର ଆମର କୌଣସି ପରାମର୍ଶକୁ ନେଇ ଜବାବ ରଖି ନାହାନ୍ତି ବୋଲି ଓଟିଓଏର ସଭାପତି କହିଛନ୍ତି।

ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଦେଶରେ ୪୫% ପ୍ରଦୂଷଣ ଶିଳ୍ପ କାରଣରୁ ହୋଇଥାଏ ଏପରି ସ୍ଥିିତିରେ ପରିବହନ କ୍ଷେତ୍ରକୁ ଏତେ ମାତ୍ରାରେ କାହିଁକି ପ୍ରଦୂଷଣ ପାଇଁ ଟାର୍ଗେଟ କରାଯାଉଛି। ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମଟିସି) ଓଟିଓଏର କାରଣକୁ ସମର୍ଥନ ଜଣାଇଛି ବୋଲି ବିଭୂତି ଦାସ କହିଛନ୍ତି। ଯଦି ଜାନୁଆରୀ ୧୧ ସୁଦ୍ଧା ସରକାର ସେମାନଙ୍କ ଦାବି ଉପରେ କୌଣସି ନିଷ୍ପତ୍ତି ଗ୍ରହଣ ନକରନ୍ତି, ତେବେ ସେମାନେ ରାଜ୍ୟବ୍ୟାପୀ ଧର୍ମଘଟକୁ ଯିବାକୁ ବାଧ୍ୟ ହେବେ ବୋଲି ସଂଘ କହିଛି।

Comments are closed.