Latest Odisha News

BREAKING NEWS

ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ଗ୍ରହଣ : ରାଜ୍ୟର ୫୯ ଏନଏସି, ୪୭ଟି ମ୍ୟୁନିସିପାଲିଟି ଓ ୩ଟି ମହାନଗର ନିଗମରେ ଭୋଟ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ମକ୍ ପୋଲ୍ ସରିବା ପରେ ମତଦାନ ଆରମ୍ଭ ହୋଇଛି। ଆଜି ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ଏସି ଏବଂ ୩ଟି ମହାନଗର ନିଗମର କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ଭୋଟ୍ ହେଉଛି । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ହେବ ।

ପ୍ରାୟ ୩ ବର୍ଷ ପରେ ସହରାଞ୍ଚଳରେ ୱାର୍ଡ ସ୍ତରୀୟ ଜନପ୍ରତିନିଧି ବଛା ହେଉଥିବାରୁ ସବୁ ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ନିର୍ବାଚନ ମଇଦାନରେ ୬୪୧୧ ଜଣ ପ୍ରାର୍ଥୀ ଥିବାବେଳେ ଗୁରୁବାର ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ । ଏଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି ।

– ୩ଟି ମହାନଗର ନିଗମ ଓ ୧୦୬ଟି ପୌର ପରିଷଦ ପାଇଁ ନିର୍ବାଚନ
– ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ
– ୪୭ଟି ମ୍ୟୁନିସିପାଲିଟି ଓ ୫୯ ଏନଏସି ପାଇଁ ପଡ଼ୁଛି ଭୋଟ୍
– ରେମୁଣା, ଚାନ୍ଦବାଲି, ଧାମନଗର, ବିଜେପୁର ନୂଆ ଏନଏସି
– ହିନ୍ଦୋଳ ଓ ଅତାବିରା ଏନଏସି କାର୍ଯ୍ୟକାଳ ସରିନଥିବାରୁ ହୋଇନି ଭୋଟ୍
– ୧୦୬ ପୌର ପରିଷଦରେ ମୋଟ୍ ୧ ହଜାର ୭୩୧ଟି ୱାର୍ଡ ରହିଛି
– ୩ଟି ପୌର ନିଗମରେ ଅଛି ମୋଟ୍ ୧୬୮ଟି ୱାର୍ଡ
– ୩ଟି ମହାନଗର ନିଗମ- ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର
– ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ହେବା ଦିନରୁ ହୋଇନି ଭୋଟ୍
– ୫ ମହାନଗର ନିଗମକୁ ମିଶାଇ ରାଜ୍ୟରେ ଅଛି ମୋଟ୍ ୧୧୫ଟି ପୌରାଂଚଳ
– ହୀରାକୁଦ ଓ ବୁର୍ଲା ଏନଏସିରେ ମଧ୍ୟ ଏଥର ନିର୍ବାଚନ ହେଉନାହିଁ
– ପ୍ରଥମଥର ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ସିଧାସଳଖ ଭୋଟିଂ ହୋଇଛି
– ଏଥିପାଇଁ ପୃଥକ ପୃଥକ ୨ଟି ଲେଖାଏଁ ଇଭିମ୍ ବ୍ୟବହାର ହୋଇଥିଲା
– ମହାନଗର ନିଗମରେ କର୍ପୋରେଟର ଓ ମେୟର ପାଇଁ ଅଲଗା ଅଲଗା ଇଭିଏମ
– ପୌରାଂଚଳରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ଅଲଗା ଅଲଗା ଇଭିଏମ

ନିର୍ବାଚନ ପରିଚାଳନା ପାଇଁ ପ୍ରାୟ ୨୨ହଜାର ପୋଲିଂ କର୍ମଚାରୀ ଆଜି ବିଭିନ୍ନ ବୁଥରେ ପହଞ୍ଚିଛନ୍ତି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ନିର୍ବାଚନ ସରିବା ପରେ ସୁରକ୍ଷିତ ଭାବେ ଯେପରି ଇଭିଏମ୍ ଗୁଡ଼ିକ ଷ୍ଟ୍ରଙ୍ଗରୁମରେ ପହଞ୍ଚିବ ସେନେଇ ପୁଲିସ ପ୍ରଶାସନକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.