Latest Odisha News

BREAKING NEWS

ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀ ପବିତ୍ର ପାଣିଗ୍ରାହୀଙ୍କ ଘରେ ରେଡ୍

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ପବିତ୍ର ମୋହନ ପାଣିଗ୍ରାହୀଙ୍କ ଠାରୁ ୧୮ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହେବା ପରେ ଶନିବାର ଦିନ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଯେଉଁ ଟଙ୍କାର ହିସାବ ସେ ଦେଇ ପାରିନଥିଲେ।

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଗାଡ଼ିରେ ଟଙ୍କା ନେଇ ଯିବା ବେଳେ ଭିଜିଲାନ୍ସ ଏକ ଟିମ୍ ଚଢାଉ କରିଥିଲା। ଉକ୍ତ ଗାଡ଼ିରୁ ମିଳିଥିଲା ୫ ଲକ୍ଷ ୭ ହଜାର ଟଙ୍କା। ଯାହାପରେ ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ଯାହା ଫଳରେ ବହୁ ପରିମାଣର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଉଭୟ ସ୍ଥାନରୁ ୧୩ ଲକ୍ଷ ୫୦ ହଜାର ଜବତ କରିଥିଲା ଭିଜିଲାନ୍ସ।

Comments are closed.