Latest Odisha News

BREAKING NEWS

କୋଟିପତି ଫରେଷ୍ଟର ଗିରଫ; ୪୭୦ ଗ୍ରାମ ସୁନା ସହ ୯ ପ୍ଲଟ…

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଶନିବାର ଦିନ କଳାହାଣ୍ଡି ଜିଲ୍ଲାର ଜଣେ ଫରେଷ୍ଟରଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଛି।

ଭବାନୀପାଟଣା ଫରେଷ୍ଟ ରେଞ୍ଜରେ ଫରେଷ୍ଟର ଭାବରେ କାର୍ଯ୍ୟ କରୁଥିବା ଭାଗବତ ଭୂଷଣ ବେହେରାଙ୍କୁ ତଦନ୍ତ ପରେ ହେପାଜତକୁ ନିଆଯାଇଛି। ତାଙ୍କୁ ଆଜି ଭବାନୀପାଟଣାର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟରେ ହାଜର କରାଯିବା ନେଇ ଜଣାପଡ଼ିଛି।

ତାଙ୍କ ପାଖରେ ଥିବା ସମ୍ପତ୍ତିର ସେ ସନ୍ତୋଷଜନକ ଭାବରେ ଉତ୍ତର ଦେଇପାରିନଥିଲେ। ଏଥିରେ ଏକ ନବନିର୍ମିତ ବହୁତଳ କୋଠା, ନଅଟି ମୂଲ୍ୟବାନ ଜମି ପ୍ଲଟ୍, ପ୍ରାୟ ୪୭୦ ଗ୍ରାମ ସୁନା, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଜମା (ମୋଟ ୩୪.୦୮ ଲକ୍ଷ ଟଙ୍କା), ଏବଂ ଅନେକ କୃଷି ଏବଂ ଭାରୀ ଯାନବାହାନ ଅନ୍ତର୍ଭୁକ୍ତ।

ସେହିପରି ଦୁଇଟି କୁବୋଟା ହାର୍ଭେଷ୍ଟର ମେସିନ୍, ଚାରୋଟି ଟ୍ରାକ୍ଟର, ଗୋଟିଏ ଅଶୋକ ଲେଲ୍ୟାଣ୍ଡ ଟିପର୍, ଗୋଟିଏ ଭାରତବେଞ୍ଜ ହାଇଭା ଏବଂ ଗୋଟିଏ ବୋଲେରୋ ଗାଡିକୁ ବେନାମୀ ଭାବରେ ଚିହ୍ନଟ କରାଯାଇଥିଲା। ଯେଉଁଥିରେ ଗୋଟିଏ ଟୟୋଟା କାର ମଧ୍ୟ ସାମିଲ ଥିଲା।

ଅପରପକ୍ଷରେ ତାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।

 

Comments are closed.