Latest Odisha News

BREAKING NEWS

୧୯.୮ ଲକ୍ଷ ହେରଫେର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଗିରଫ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଦହୁଣ୍ଡା ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀଙ୍କୁ ୧୯.୮୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର କରିବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି।

ତେବେ ଅଭିଯୁକ୍ତ ସୁବଳ କୁମାର ୨୦୧୪-୧୫ ଆର୍ଥିକ ବର୍ଷରେ ଫସଲ ବୀମା ଯୋଜନାରେ ସୋସାଇଟିର ଅଯୋଗ୍ୟ ସଦସ୍ୟଙ୍କୁ ଲାଭ ଦେବା ପାଇଁ ୧୯,୮୦,୨୫୫ ଟଙ୍କାର ହେରଫେର କରିଥିଲେ। ଅଭିଯୁକ୍ତଙ୍କୁ ପୂର୍ବରୁ ହିଁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କୁ ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସଙ୍କ କୋର୍ଟକୁ ପଠାଯିବ ବୋଲି ରିପୋର୍ଟରୁ ଜଣାପଡିଛି।

ତେବେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ପ୍ରାସଙ୍ଗିକ ଧାରା ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

 

Comments are closed.